ଏହି ସବୁ ହୋଇପାରେ ‘ଆତ୍ମହତ୍ୟା’ର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଏହି ସବୁ ହୋଇପାରେ ‘ଆତ୍ମହତ୍ୟା’ର ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ବିଶ୍ୱର ପ୍ରାୟ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଆଉ ଆତ୍ମହତ୍ୟାର ପ୍ରମୁଖ କାରଣ ହେଉଛି, ମାନସିକ ଯନ୍ତ୍ରଣା ଓ ଦୁଃଖ। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ ଜାଣି ସୁଦ୍ଧା ମାନସିକ ଯନ୍ତ୍ରଣା ସହି ନ ପାରି ଅଧିକାଂଶ ଆତ୍ମହତ୍ୟା କରିବାକୁ ଏକରକମ ବାଧ୍ୟ ହୁଅନ୍ତି।

ତେବେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ନିକଟରେ ଏହାର ବହୁ ଲକ୍ଷଣ ଦେଖାଦିଏ।

ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ସମ୍ପର୍କରେ ଏଥିପାଇଁ କହିବୁ ଯେ ଯଦି ଏହି ସବୁ ଲକ୍ଷଣ ଦେଖା ଯାଉଥିବା ବ୍ୟକ୍ତି ଆପଣଙ୍କ ନଜରକୁ ଆସୁଛନ୍ତି, ତେବେ ତାଙ୍କ ମନର ଅବସ୍ଥା ଜାଣିବାକୁ ଚେଷ୍ଟା କରିବା ସହ ତାଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିବା ପାଇଁ ଆପଣ ଉଦ୍ୟମ କରିପାରିବେ।

ଏବେ ଆସନ୍ତୁ ଜାଣିବା, କ’ଣ ସବୁ ଆତ୍ମହତ୍ୟାର ଲକ୍ଷଣ:

. ଶୋଇବାରେ ସମସ୍ୟା ବା ନିଦ ନ ହେବା।
. ଭବିଷ୍ୟତକୁ ନେଇ ଅତ୍ୟଧିକ ଚିନ୍ତାଗ୍ରସ୍ତ ରହିବା।
. ଅପ୍ରତ୍ୟାଶିତ ଭାବେ ରାଗିଯିବା।
.କୌଣସି କଥାକୁ ନେଇ ହଠାତ୍‌ ଉତ୍ତେଜିତ ହେବା ଏବଂ ପରେ ଶାନ୍ତ ହୋଇଯିବା।
.ସାଙ୍ଗସାଥୀଙ୍କ ସହିତ ନ ମିଶିବା, ସାମାଜିକ ସ୍ତରରେ ମଧ୍ୟ ସମସ୍ତଙ୍କଠାରୁ ଦୂରେଇ ରହିବା।
.ନିୟମିତ ନିଶାଦ୍ରବ୍ୟ ସେବନ କରିବା।
.କୌଣସି ସମ୍ପର୍କକୁ ନେଇ ଅବସାଦଗ୍ରସ୍ତ ହେବା କିମ୍ୱା ଅର୍ଥର ଅଭାବକୁ ନେଇ ଅଧିକ ଚିନ୍ତା କରିବା।

ଏହି ସମସ୍ତ ଲକ୍ଷଣ ଯଦି ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ କାହା ପାଖରେ ଦେଖୁଛନ୍ତି, ତେବେ ତାଙ୍କୁ ଏକା ରହିବାକୁ ଦିଅନ୍ତୁ ନାହିଁ। ତାଙ୍କ ମାନସିକ ଅବସ୍ଥା ବୁଝିବାକୁ ଚେଷ୍ଟା କରନ୍ତୁ। ସେହି ବ୍ୟକ୍ତିଙ୍କ ସହ ହୃଦୟର ସହ ଖୋଲା କଥା ହୋଇ ତାଙ୍କୁ କିଛି ଭଲ କାମ କରିବାକୁ ଉତ୍ସାହିତ କରନ୍ତୁ। ତାଙ୍କର ଯତ୍ନ ନେବାକୁ ଚେଷ୍ଟା କରନ୍ତୁ। ତାଙ୍କୁ ଏପରି କୌଣସି ବି କଥା କୁହନ୍ତୁ ନାହିଁ, ଯେଉଁଥିରେ ସେ ଉତ୍ତେଜିତ ହେବେ।



from Odisha Reporter https://ift.tt/2A4W5Kr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages