ତୁଳସୀ ଗଛ ଦ୍ୱାରା ଦୂର ହୋଇପାରିବ ଘରର ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ତୁଳସୀ ଗଛ ଦ୍ୱାରା ଦୂର ହୋଇପାରିବ ଘରର ବାସ୍ତୁ ଦୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ହିନ୍ଦୁ ଧର୍ମରେ ତୁଳସୀ ହେଉଛି ସବୁଠାରୁ ପବିତ୍ର। ଜଗନ୍ନାଥଙ୍କ ତୁଳସୀ ଅତି ପ୍ରିୟ। ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ ପୂଜା କରାଯାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଦିବ୍ୟଗୁଣଯୁକ୍ତ ଏହି ତୁଳସୀ ଗଛ, ଘର ପ୍ରତି ସମ୍ଭାବ୍ୟ ବିପଦର ପୂର୍ବ ସଙ୍କେତ ଦିଏ। ପରିବାର ପ୍ରତି କୌଣସି ବିପଦ ଆସିବା ପୂର୍ବରୁ ଘରେ ଥିବା ତୁଳସୀ ଗଛ ଶୁଖିବାକୁ ଲାଗେ ଓ ଏହାର ରଙ୍ଗ ମଧ୍ୟ ବଦଳିବାକୁ ଲାଗେ।। ଯଦି କୌଣସି ଗ୍ରହର ଅଶୁଭ ପ୍ରଭାବ ଆପଣ କିମ୍ବା ପରିବାର ଉପରେ ପଡ଼ିବାକୁ ଥାଏ, ତେବେ ତୁଳସୀ ଗଛର ରଙ୍ଗ ବଦଳିବା ଆରମ୍ଭ କରେ। ଆଉ ପରିବାରର କିଛି ଶୁଭ ହେବାର ଥିଲେ, ତୁଳସୀ ଗଛ ସବୁଜ ଓ ଭରା ଭରା ଲାଗେ।

କେବଳ ଏତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ଉପାୟରେ ତୁଳସୀ ଗଛର ବ୍ୟବହାର ଦ୍ୱାରା ଆପଣ ବ୍ୟକ୍ତିଗତ ଜୀବନର ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ। ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା।

୧. ଯଦି ଆପଣଙ୍କ ସନ୍ତାନ ଆପଣଙ୍କ କଥା ମାନୁ ନାହିଁ, ତେବେ ଆପଣ ଘରେ ତୁଳସୀ ଗଛକୁ ପୂର୍ବ ଦିଗରେ ରଖନ୍ତୁ। ଏଥିସହ ପ୍ରତିଦିନ ସେହି ଗଛର ୩ଟି ପତ୍ର ତାଙ୍କୁ କୌଣସି ବି ଉପାୟରେ ଖୁଆନ୍ତୁ। ଦେଖିବେ, ଏହାଦ୍ୱାରା କିପରି ଆପଣଙ୍କ ସନ୍ତାନର ଆଚାର ବ୍ୟବହାର ପରିବର୍ତ୍ତନ ହେବ ଏବଂ ସେ ଆପଣଙ୍କ ସବୁ କଥା ମାନିବାକୁ ଲାଗିବ। କିନ୍ତୁ ଧ୍ୟାନ ଦିଅନ୍ତୁ, ମଙ୍ଗଳବାର ଓ ରବିବାର ତୁଳସୀ ପତ୍ର ଛିଡ଼ାଇବେ ନାହିଁ।

୨. ଯଦି ଆପଣଙ୍କ ଘରେ ଝିଅର ବିବାହ ନେଇ କୌଣସି ସମସ୍ୟା ହେଉଛି, ଅନେକ ଚେଷ୍ଟା ପରେ ବି ବାହାଘର ହେଇପାରୁନାହିଁ, ତେବେ ସେହି ଝିଅଙ୍କୁ ପ୍ରତିଦିନ ତୁଳସୀ ଗଛରେ ପାଣି ଦେଇ ୫ ଥର ଏହାକୁ ପରିକ୍ରମା କରିବାକୁ କୁହନ୍ତୁ। ଭକ୍ତି ଓ ବିଶ୍ୱାସର ସହ ଏହି ଉପାୟ ଆପଣାଇଲେ, ନିଶ୍ଚିତ ରୂପେ ବୃନ୍ଦାବତୀ ମା’ଙ୍କ କୃପା ହେବ ଓ ଝିଅଙ୍କ ବାହାଘର ଶୀଘ୍ର ହୋଇଯିବ।

୩. ଯଦି ଆପଣଙ୍କ ବ୍ୟବସାୟ ମାନ୍ଦା ଚାଲୁଛି, ତେବେ ତୁଳସୀ ଗଛକୁ ଘରର ପଶ୍ଚିମ ଦିଗରେ ରଖି ପ୍ରତି ଶୁକ୍ରବାର ଏଥିରେ କ୍ଷୀର ଅର୍ପଣ କରନ୍ତୁ ଓ ମିଠା ଭୋଗ ଲଗାନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହେବ।

tulsi୪. ଯଦି ଘରେ ସବୁବେଳେ କଳି, ଝଗଡ଼ା ଓ ଅଶାନ୍ତି ଲାଗି ରହୁଛି, ତେବେ ରୋଷେଇ ଘର ପାଖରେ ତୁଳସୀ ଗଛ ରଖନ୍ତୁ।

୫. ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିଛି, ତେବେ ତୁଳସୀ ଗଛରେ ଶାଳଗ୍ରାମ ସ୍ଥାପନ କରି ପଞ୍ଚାମୃତରେ ପ୍ରତିଦିନ ପୂଜା କରନ୍ତୁ, ସମସ୍ତ ବାସ୍ତୁ ଦୋଷ ଅବଶ୍ୟ ଦୂର ହେବ।



from Odisha Reporter https://ift.tt/2FwanK9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages