ଜିରୋ: ‘ଜଣେ ବାମନର ପ୍ରେମ କାହାଣୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଜିରୋ: ‘ଜଣେ ବାମନର ପ୍ରେମ କାହାଣୀ’

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ମେରଟରେ ରୁହନ୍ତି ବଉଆ ସିଂହ। ବୟସ ୩୮ ହେଲାଣି, ହେଲେ ବାହାଘର ହେଉନି। ବାମନ ବୋଲି ଝିଅ ମିଳୁ ନାହାନ୍ତି। ହେଲେ ଦିନେ ହାତରେ ପଡେ ଜଣେ ସୁନ୍ଦରୀ ଯୁବତୀର ଫଟୋ। ଫଟୋଟା ଅନୁଷ୍କା ଶର୍ମାଙ୍କ। ଦେଖୁ ଦେଖୁ ହୃଦୟ ଦେଇ ବସନ୍ତି। ହେଲେ ଅନୁଷ୍କା ଭିନ୍ନକ୍ଷମ ଏ କଥା ତାଙ୍କୁ ଜଣା ନ ଥିଲା। ମେଟ୍ରୋମୋନିଆଲ୍‌ ସାଇଟ୍‌ରେ ବଉଆଙ୍କୁ ସେ ଏ କଥା ଜଣେଇବାକୁ ଚେଷ୍ଟା କରି ବିଫ‍ଳ ହୁଅନ୍ତି।  କିନ୍ତୁ ଯେତେବେଳେ ଦୁହେଁ ଦୁହିଁଙ୍କୁ ଦେଖନ୍ତି ସେତବେଳେ ବଉଆ ଓରଫ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ହେଲେ ପ୍ରେମ ଆଗକୁ ବଢେ। ଅନୁଷ୍କା ବି ଧିରେ ଧିରେ ବଉଆଙ୍କୁ ପସନ୍ଦ କରିବାକୁ ଲାଗନ୍ତି। କିନ୍ତୁ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସେ ଯେବେ ଏଣ୍ଟ୍ରି ହୁଅନ୍ତି କ୍ୟାଟ୍ରିନା କୈଫ୍‌।

ଏମିତି କାହାଣୀକୁ ନେଇ ଗତିଶୀଳ ହୋଇଛି ବଲିଉଡ୍‌ ଫିଲ୍ମ ‘ଜିରୋ’।

ଗତକାଲି  ଶାହାରୁଖ୍‌ ଖାନ୍‌ଙ୍କ ୫୩ ତମ ଜନ୍ମ ଦିନ ଥିଲା। ଏହି ଅବସରରେ ସେ ତାଙ୍କର ବହୁପ୍ରତିକ୍ଷୀତ ଫିଲ୍ମ ‘ଜିରୋ’ର ଟ୍ରେଲର ଲଞ୍ଚ୍‌ କରିଛନ୍ତି। ଟ୍ରେଲର ଦେଖି କରଣ ଜୋହର ଫିଲ୍ମ ବ୍ଲକ୍‌ବଷ୍ଟର ହେବ ବୋଲି କହିଥିବା ବେଳେ ସଲ୍‌ମାନ୍‌ ଫିଲ୍ମକୁ ଏକ ଭିନ୍ନ ଅନ୍ଦାଜ୍‌ରେ ପ୍ରଶଂସା କରିଛନ୍ତି।

ଫିଲ୍ମରେ ଶାହାରୁଖ୍‌ ବାମନ ଚରିତ୍ରରେ ଅଭିନୟ କରିଥିବା ବେଳେ ଅନୁଷ୍କା ଓ କଟ୍ରିନା ବି ପ୍ରମୁଖ ଚରିତ୍ରରେ ନଜର ଆସିବେ। ଅନୁଷ୍କାଙ୍କୁ ହ୍ୱିଲ୍‌ ଚେୟାର୍‌ରେ ବସିଥିବା ଦେଖିବାକୁ ମିଳିବ। ଫିଲ୍ମରେ ଶାହାରୁଖ୍‌ଙ୍କ ଚରିତ୍ରକୁ ପରଦାରେ ସଠିକ୍‌ ଭାବେ ଦେଖେଇବା ପାଇଁ ଉଚ୍ଚ ଧରଣର ଟେକ୍ନୋଲୋଜିର ସାହାଯ୍ୟ ନିଆଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍‌ ରୟ। ଶାହାରୁଖ୍‌ଙ୍କ ପାଇଁ ଏହି ଫିଲ୍ମଟି ଖୁବ୍‌ ମହତ୍ୱପୂର୍ଣ୍ଣ। କୁହାଯାଉଛି ଯେ, ଏହାର ନିର୍ମାଣ ପାଇଁ କୁଆଡେ ୧୮୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।



from Odisha Reporter https://ift.tt/2PA7n36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages