
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ପୂର୍ଣ୍ଣାଙ୍ଗ ସୋଶାଲ ମିଡିଆ ଓ ଡିଜିଟାଲ କମ୍ୟୁନିକେସନ୍ ସେଲ ଗଠନ କରିଛି। ସୋଶାଲ ମିଡିଆ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଶାଲ ମିଡିଆ ଓ ଡିଜିଟାଲ କମ୍ୟୁନିକେସନ ସେଲର ରାଜ୍ୟ କମିଟି ଓ ଜିଲ୍ଲା ସଂଯୋଜକଙ୍କୁ ନିଯୁକ୍ତି ମିଳିଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳର ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ଏକ ପ୍ରେସ ରିଲିଜରେ ଏନେଇ ସୂଚନା ଦେଇଛନ୍ତି ।
ସୋଶାଲ ମିଡିଆ ରାଜ୍ୟ କମିଟିରେ ଅଭିଷେକ ମହାନନ୍ଦ ରାଜ୍ୟ ସଂଯୋଜକ ଭାବରେ ନିଯୁକ୍ତି ପାଇଥିବା ବେଳେ କୋର୍ କମିଟି ସଦସ୍ୟ ଭାବେ ସପ୍ତଗିରି ଉଲାକା, ସମସିଦା ତୟାଦ, ସମ୍ବିତ ଶ୍ରୀଚନ୍ଦନ, ପୱନ ଶର୍ମା, ପ୍ରିୟବ୍ରତ ସାହୁ, ମାହେପରା ନିଖିତ, ଅଭିଳାଷ ପତି, ଶିବମ୍ ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ମିହିର ରାୟ, ଚନ୍ଦନ ରାୟ, ଶୈଳେନ୍ଦୁ ଦାସ, ଆଶିଷ ସ୍ୱାଇଁ, ଅଭିଷେକ ରଥ, ନୌଷଦ ସେକ୍, ଜଗତଜୀବନ ମହାନ୍ତି, ପଲ୍ଲୀ ସର୍କାର, ପ୍ରତିଭା ଭାସ୍କର, ପ୍ରିୟଙ୍କା ଭାଲା, ଦ୍ୱାରିକା ମହାପାତ୍ର, ଐତିହ୍ୟ ଦିବ୍ୟ ସିଂହ, ମାନସ ଆଚାର୍ଯ୍ୟ, ଅମିତ୍ କୁମାର ନାୟକ, ସର୍ବଜିତ୍ ପଟ୍ଟନାୟକ ଓ ସତ୍ୟବ୍ରତ ଗୁରୁ ପ୍ରମୁଖ ରହିଛନ୍ତି।
ସେହିପରି ସୋଶାଲ ମିଡିଆ ଜିଲ୍ଲା ସଂଯୋଜକ ଭାବରେ ଅନୁଗୁଳ ଜିଲ୍ଲା ପାଇଁ ଆଲୋକ କୁମାର ଦାସ, ବାଲେଶ୍ୱର-ରଂଜିତ୍ ପଣ୍ଡା, ବରଗଡ-ଘନଶ୍ୟାମ ଅଗ୍ରୱାଲ, ଭଦ୍ରକ-ଆତିଶ କୁମାର ଦାସ, ଭୁବନେଶ୍ୱର-ଶିବାନୀ ଶଙ୍କର ମହାନ୍ତି, ବଲାଙ୍ଗୀର-ଗଣେଶ କୁମାର ସାହୁ, ବୌଦ୍ଧ-ଉମାକାନ୍ତ ନାୟକ, କଟକ -ଅଶୋକ କୁମାର ସ୍ୱାଇଁ, କଟକନଗର-ରୌପ୍ୟରଂଜନ ମହାପାତ୍ର, ଦେବଗଡ-ବିକାଶ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ-ଦଶରଥ ମହନ୍ତ, ଗଞ୍ଜାମ -ଚିନ୍ମୟ କୁମାର ହୋତା, ବ୍ରହ୍ମପୁରନଗର-ସିଦ୍ଧାନ୍ତ କୁମାର ସାହୁ, ଗଜପତି-ବସନ୍ତ କୁମାର ପଣ୍ଡା, ଜଗତସିଂହପୁର-ଲିପକ କୁମାର ସାହୁ, ଯାଜପୁର-ସୌଭାଗ୍ୟ ରଂଜନ ଦାଶ, ଝାରସୁଗୁଡା – ଉଦିତ୍ ଜଗତ,କଳାହାଣ୍ଡି-ମହମ୍ମଦ ଅଲ୍ଲୀ ଖାଁ, କନ୍ଧମାଳ-ଚିଂଟୁ ଦାସ, କେନ୍ଦ୍ରାପଡା-ମୁଜାଫର ଖାଁ, କେନ୍ଦୁଝର-ସୁଢ଼ଳ କୁମାର ସେଠୀ, ଖୋର୍ଦ୍ଧା – ଦ୍ୱାରିକା ମହାନ୍ତି, କୋରାପୁଟ-ଯତିନ୍ କୁମାର ହୋତା, ମୟୁରଭଞ୍ଜ- ସୌମ୍ୟ ରଂଜନ ବେହେରା, ମାଲାକାନଗିରି-ପଦ୍ମ ପାଙ୍ଗୀ, ନବରଙ୍ଗପୁର – ପ୍ରଫୁଲ୍ଲ ପଣ୍ଡା, ନୂଆପଡା – ଦେବଦତ ଦିକ୍ଷିତ୍, ନୟାଗଡ – ଅମୀର ବେଜ୍, ପୁରୀ – ପ୍ରଦୀପ ମହାପାତ୍ର, ରାୟଗଡା – ଅସଲମ ଖାଁ, ରାଉରକେଲା – ସାନ୍ଦିପନ ମହାପାତ୍ର, ସମ୍ବଲପୁର – ଆଲୋକ ନାୟକ, ସୁବର୍ଣ୍ଣପୁର – ସୁମନ୍ତ ସାହୁ ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଅଞ୍ଜନ ପଟେଲ ନିଯୁକ୍ତି ପାଇଛନ୍ତି।
from Odisha Reporter https://ift.tt/2RAhOBb
No comments:
Post a Comment