ବେଣୁକୁ ଏନ୍‌କାଉଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ବେଣୁକୁ ଏନ୍‌କାଉଣ୍ଟର

rttt788

ଭଞ୍ଜନଗର(ପ୍ରଦୀପ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନକାଉଣ୍ଟର ହୋଇଛି। କୁଖ୍ୟାତ ଡକାୟତ ବେଣୁ ବାରିକକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ଗିରଫ ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାରଯାଇଛି।

ରାମପାଦ ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ପୁଲିସ୍‌ ଉକ୍ତ ସ୍ଥାନ ଉପରେ ସଦଳବଳେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି ବେଣୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା। ଏହାର ପାଲଟା ଜବାବ ପୁଲିସ ଦେଇଥିଲା।

ବେଣୁ ନୟାଗଡ଼ ଜିଲ୍ଲାରେ ଡକାୟତି ନାଁରେ କୁଖ୍ୟାତି ଅର୍ଜନ କରିଛି। ତା’ ନାଁରେ ମାଣିତରା ବ୍ୟାଙ୍କ ଲୁଟ୍ ସହ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି।

ନୟାଗଡ଼ ଓଡ଼ଗାଁ ଜାମପାଟଣା ଗାଁରେ ବେଣୁର ଘର।

ସୂଚନାଯୋଗ୍ୟ, ବିଭିନ୍ନ ଡକାୟତି ମାମଲାରେ ମୋଷ୍ଟୱାଣ୍ଟେଡ ବେଣୁକୁ ପୁଲିସ୍‌ ପୂର୍ବରୁ ମଧ୍ୟ ଗିରଫ କରିଥିଲା। ତାକୁ ଖୋର୍ଦ୍ଧା ଜେଲରେ ରଖାଯାଇଥିଲା। ହେଲେ ସେ ଜେଲ୍‌ରୁ ଫେରାର ହୋଇଯାଇଥିଲା। ଏହାପରେ ଗଞ୍ଜାମର ବିଭିନ୍ନ ସ୍ଥାନରେ ଡକାୟତି ଯୋଜନାକୁ ସଫଳ କରିଥିଲା।



from Odisha Reporter https://ift.tt/2zQngIy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages