
ପଠାନକୋଟ: ଅରୁଣାଞ୍ଚଳ ପ୍ରଦେଶ ସ୍ଥିତ ବୋମଡିଲା ଥାନାରେ ସେନା ଓ ପୁଲିସ୍ ମଧ୍ୟରେ ହୋଇଥିବା ବିବାଦକୁ ନେଇ ସ୍ଥଳସେନା ମୁଖ୍ୟ ବିପିନ ରାୱତ ମୁହଁ ଖୋଲିଛନ୍ତି। ଯବାନ ହେଲେ ବି ଯଦି ଭୁଲ କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ସେ କହିଛନ୍ତି, “ଘଟଣାର ତଦନ୍ତ ଚାଲିଛି। ଦୋଷୀ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, “ଗତ ୨ ତାରିଖରେ ଯବାନମାନେ ପଶ୍ଚିମ କାମେଙ୍ଗ ଜିଲ୍ଲାର ବୋମଡିଲାରେ ଆୟୋଜିତ ବୃଦ୍ଧ ମହୋତ୍ସବରେ ସାଧାରଣ ନାଗରିକ ଓ ପୁଲିସ୍ କର୍ମୀଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାରେ ଦୁଇ ଜଣ ଯବାନଙ୍କୁ ଥାନାକୁ ଅଣାଯାଇଥିଲା। ଏହାପରେ କିଛି ଯବାନ ଥାନାକୁ ଆସି ଭଙ୍ଗାରୁଜା କରିଥିଲେ। ଏଥିସହ ପୁଲିସ୍ କର୍ମୀ ଓ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ।”
ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଅଭିଯୋଗ ହୋଇଛି ଯେ, ସେନାର କର୍ଣ୍ଣେଲ ଫିରଦୌଜ, ଜିଲ୍ଲାପାଳ, ଏସ୍ପି ଏବଂ ବୋମଡିଲା ଥାନା ଅଧିକାରୀଙ୍କୁ ଧମକ ଦେଇଥିଲେ। ଏହାସହ ତାଙ୍କ କହିବା ଅନୁସାରେ ଯବାନମାନେ ଥାନାରେ ଭଙ୍ଗାରୁଜା କରିଥିଲେ।
ଏନେଇ ଆଇପିଏସ୍ ଓ ଆଇଏସ୍ ଆସୋସିଏସନ୍ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ “ଏହା ମୋ ପକ୍ଷରୁ ତୁମକୁ ସିଧାସଳଖ ଧମକ, ଯଦି ମୋର ପିଲାଙ୍କୁ ପୁଣି ଥରେ ଛୁଇଁବ, ଦେଖିନେବି” ବୋଲି କର୍ଣ୍ଣଲ କହୁଥିବା ଶୁଣିବାକୁ ମିଳୁଛି।”
ଏହି ଘଟଣା ପରେ ଆଇପିଏସ୍ ଆସୋସିଏସନ୍ #ArmyNotAboveLaw ହ୍ୟାସଟ୍ୟାଗ୍ ସହିତ ଟ୍ୱିଟ୍ରେ ସେନାଙ୍କୁ ମଧ୍ୟ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।
from Odisha Reporter https://ift.tt/2T3qKQS
No comments:
Post a Comment