
ନୂଆପଡ଼ା (ଓଡ଼ିଶା ରିପୋର୍ଟର): କାର୍ତ୍ତିକ ମାସରେ ରଥଯାତ୍ରା? ସାରା ବିଶ୍ୱରେ ଆଷାଢ଼ ମାସରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ନୂଆପଡ଼ା ଜିଲ୍ଲା କୋନାବିରାରେ ରହିଛି ଏଭଳି ଏକ ଭିନ୍ନ ପରମ୍ପରା। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ କୋନାବିରା ଗାଁରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ପୂର୍ଣ୍ଣମୀ ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।
ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ପହଣ୍ଡି କରି ରଥରେ ବସାଇ ମାଉସୀ ମା’ ଘରକୁ ନେଇଥିଲେ ଗାଁ ଲୋକେ। ଏହାପରେ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଥିଲା ବାହୁଡ଼ାଯାତ୍ରା। ଘଣ୍ଟଘଣ୍ଟା, ବାଜା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ। ଦୀର୍ଘ ୨୨ବର୍ଷ ହେବ ଗାଁରେ ଏଭଳି ପରମ୍ପରା ପାଳନ କରାଯାଉଥିବା ଗ୍ରାମବାସୀ କହିଛନ୍ତି।
from Odisha Reporter https://ift.tt/2PSRghO
No comments:
Post a Comment