ମନ୍ତ୍ରୀ କହିଲେ ବିୟର ଫ୍ୟାକ୍ଟ୍ରି ପାଇଁ ଦିଆଯାଇଥିବା ଜମି ଜଙ୍ଗଲ କିସମର ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ମନ୍ତ୍ରୀ କହିଲେ ବିୟର ଫ୍ୟାକ୍ଟ୍ରି ପାଇଁ ଦିଆଯାଇଥିବା ଜମି ଜଙ୍ଗଲ କିସମର ନୁହେଁ

wine

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟର ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଆଣିଥିଲା ମୁଲତବୀ ପ୍ରସ୍ତାବ। ଏହାର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ସେ କହିଛନ୍ତି-“ବଳରାମପୁରରେ ୬୨.୭୯ ଏକର ଜାଗାରେ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ କରାଯାଇଛି। ସେଥିରୁ ୧୨.୦୫ ଏକର ଜମି P&A Bottler Pvt Ltdକୁ ଦିଆଯାଇଛି। ପ୍ଲାଣ୍ଟ ବସାଇବାକୁ ଇଡ୍‌କୋ ଅନୁମତି ଦେଇଛି। P&A Bottlerକୁ ଦିଆଯାଇଥିବା ଜମି ପତିତ କିସମର ଓ ଜଙ୍ଗଲ କିସମର ନୁହେଁ। P&A Bottler କୁ ଦିଆଯାଇଥିବା ଜମି DLC Listର ନୁହେଁ। ଇଡ୍‌କୋ ସିଜିଏମ୍‌ ଜୁନ୍‌ ୩୦ ତାରିଖରେ ଗଛ କାଟିବାକୁ ଡିଏଫଓ ଅନୁମତି ମାଗିଥିଲେ। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ୧୦.୫୯ ଏକର ଜମିରୁ ଗଛ କାଟିବାକୁ ଡିଏଫ୍ଓ ଅନୁମତି ଦେଇଥିଲେ। ୧୦.୫୯ ଏକର ଜମିରେ ୯୫୬ଟି ଛୋଟବଡ଼ ଗଛ ରହିଥିଲା।”

ମନ୍ତ୍ରୀଙ୍କ ଉତ୍ତରକୁ ନରସିଂହ ମିଶ୍ର ନାପସନ୍ଦ କରିଛନ୍ତି। ଜମି ଜଙ୍ଗଲ କିସମର ନୁହେଁ ବୋଲି ମନ୍ତ୍ରୀଙ୍କ ଉତ୍ତରକୁ ଶ୍ରୀ ମିଶ୍ର ସମାଲୋଚନା କରି କହିଛନ୍ତି-ଜଙ୍ଗଲରୁ ଗଛ କଟା ପ୍ରସଙ୍ଗକୁ ମନ୍ତ୍ରୀ ଏଡ଼ାଇବାକୁ ଚାହୁଁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। ଜଙ୍ଗଲ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। କେନ୍ଦ୍ରର ବିନା ଅନୁମୋଦନରେ ସରକାର ଗଛ କାଟି ପାରିବେନି। ଠିକାଦାର, ଇଡ୍‌କୋ, ଜଙ୍ଗଲ ବିଭାଗ ଓ କଂପାନୀ ଭିତରେ ମଧୁଚନ୍ଦ୍ରିକା ରହିଛି। ନିରପେକ୍ଷ ତଦନ୍ତ ସହ ପୁଣି ଗଛ ଲଗାଇବାକୁ ସେ ଦାବି କରିଛନ୍ତି। ଏଥିସହିତ ପ୍ରତିବାଦ କରିଥିବା ମହିଳାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।



from Odisha Reporter https://ift.tt/2S5rRyi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages