
ଓଟ୍ଟୱା: ସଡ଼କ ପଥରେ ଗୋଟିଏ ଗାଡ଼ି ଆଉ ଗୋଟିଏ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେବା କଥା ଆପଣ ଶୁଣିଥିବେ। କିନ୍ତୁ ଗୋଟିଏ ବିମାନ ମଝି ଆକାଶରେ ଆଉ ଗୋଟିଏ ବିମାନକୁ ଧକ୍କା ଦେବା କଥା ହୁଏତ ଶୁଣି ନଥିବେ।
କିନ୍ତୁ କ୍ୟାନାଡାରେ ଛାତି ଥରାଇ ଦେବା ଭଳି ଏଭଳି ଏକ ଘଟଣା ଘଟିଛି। ମଝି ଆକାଶରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେଇଛନ୍ତି। ଏଥିଯୋଗୁ ଗୋଟିଏ ବିମାନ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଏକ ବିମାନ ଧକ୍କା ଖାଇବା ପରେ ଭାଙ୍ଗି ଯାଇଥିଲେ ହେଁ ସୁରକ୍ଷିତ ଲ୍ୟାଣ୍ଡ କରିଛି।
ପୁଲିସ୍ର କହିବାନୁଯାୟୀ, ଅଣ୍ଟାରିଓର କ୍ରାପ୍ଠାରେ ଏହି ଘଟଣା ଘଟିଛି। ଗୋଟିଏ ଛୋଟ ବିମାନ ଓ ଗୋଟିଏ ଯାତ୍ରୀବାହୀ ବିମାନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଛୋଟ ‘ସେସନା’ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହାକୁ ଚଳାଉଥିବା ପାଇଲଟ୍ଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଯାତ୍ରୀବାହୀ ପିଏ-୪୨ ବିମାନଟି ଦୁର୍ଘଟଣା ପରେ ଭାଙ୍ଗି ଯାଇଥିଲେ ହେଁ ସୁରକ୍ଷିତ ଭାବେ ଓଟ୍ଟୱା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି।
‘ସେସନା’ ବିମାନଟି ତଳପଟୁ ଯାତ୍ରୀବାହୀ ପିଏ-୪୨ ବିମାନକୁ ଧକ୍କା ଦେଇଥିଲା। ‘ସେସନା’ ଏକ ଛୋଟ ବିମାନ ହୋଇଥିବାରୁ ଏହା ସଂପୂର୍ଣ୍ଣ ଭାଙ୍ଗିଯାଇ ତଳକୁ ଖସିପଡ଼ିଥିଲା। କିନ୍ତୁ ପିଏ-୪୨ର ଲ୍ୟାଣ୍ଡିଂ ଗିୟର ନଷ୍ଟ ହୋଇଥିଲେ ହେଁ ଏହା ସୁରକ୍ଷିତ ଅବତରଣ କରିପାରିଥିଲା।
from Odisha Reporter https://ift.tt/2P9uhyN
No comments:
Post a Comment