ଗୁଜରାଟ ସଚିବାଳୟରେ ପଶିଲା କଲରାପତରିଆ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଗୁଜରାଟ ସଚିବାଳୟରେ ପଶିଲା କଲରାପତରିଆ, ଦେଖନ୍ତୁ ଭିଡିଓ

ଅହମଦାବାଦ: ଗୁଜରାଟର ଗାନ୍ଧି ନଗରଠାରେ ଥିବା ସଚିବାଳୟ ପରିସରେ କଲରାପତରିଆ ବାଘ ପ୍ରବେଶ କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବାଘଟି ଦୀର୍ଘ ସମୟ ସଚିବାଳୟ ରାସ୍ତାରେ ବୁଲିବା ପରେ ଗେଟ୍‌ର ତଳ ଦେଇ ସଚିବାଳୟ ପରିସରକୁ ପ୍ରଵେଶ କରିଥିବା ଭିଡିଓରୁ ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ସଚିବାଳୟ ବାହାରେ ଲାଗିଥିବା ସିସିଟିଭିରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ବାଘ ସଚିବାଳୟରେ ପ୍ରବେଶ କରିଥିବାରୁ ବିଧାନସଭା ବିଲଡିଂ ଓ ସଚିବାଳୟ ଅଫିସ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଯିବାକୁ ବାରଣ କରାଯାଇଥିଲା।

ଏହି ବାଘଟି ନିକଟସ୍ଥ ଜଙ୍ଗଲରୁ ବାଟ ବାଉଳା ହୋଇ ଏଭଳି ସଚିବାଳୟରେ ପ୍ରବେଶ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜଙ୍ଗଲର ବିଭାଗର ବରିଷ୍ଠ ସ୍ୱଧିକାରୀ ତଥା ବିଶେଷଜ୍ଞଙ୍କୁ ବାଘଟିକୁ ଧରିବା ପାଇଁ ନିୟୋଜିତ କରାଯାଇଥିଲା। ପୁଲିସ୍‌ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୁତୟନ ହୋଇଥିଲେ। ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ କରାଯାଇଥିଲେ ହେଁ ବାଘଟିର କୌଣସି ପତ୍ତାମିଳିନାହିଁ। ତେବେ ମଧ୍ୟାହ୍ଣ ବେଳକୁ ବାଘଟି ସଚିବାଳୟ ପରିସରରୁ ଚାଲିଯାଇଥିବା ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ତଥାପି ସଚିବାଳୟ ଓ ବିଧାନସଭାରେ ଏବେ ବି ଏକ ଭୟର ବାତାବରଣ ରହିଛି।



from Odisha Reporter https://ift.tt/2qpJptc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages