‘ଦିପ୍‌ଭୀର’ଙ୍କ ଫଟୋ ପାଇଁ ଗୋଡ଼େଇ ଗୋଡ଼େଇ ଚିତ୍‌ପଟାଙ୍ଗ୍‌ ପ୍ରଶଂସକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

‘ଦିପ୍‌ଭୀର’ଙ୍କ ଫଟୋ ପାଇଁ ଗୋଡ଼େଇ ଗୋଡ଼େଇ ଚିତ୍‌ପଟାଙ୍ଗ୍‌ ପ୍ରଶଂସକ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ବିୟୁଟି ଦୀପିକା ଆଉ ହ୍ୟାଣ୍ଡସମ୍‌ ରଣଭୀର ସିଂହ। ଏମିତି ଖବର ସବୁଆଡେ ରାଷ୍ଟ୍ର ହେଲା। ନିମନ୍ତ୍ରଣ ପତ୍ର ମଳିଥିଲା ଅନେକ ଗଣମାଧ୍ୟମକୁ । ନଭେମ୍ବର୧୪,୧୫ରେ ବୈଦିକ ରୀତି ନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ସମସ୍ତେ ଜାଣିଥିଲେ। ପ୍ରଥମେ କୋଙ୍କଣୀ ଏବଂ ଦ୍ୱିତୀୟ ଦିନରେ ସିନ୍ଧି ରୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ଫ୍ୟାନ୍‌ମାନେ ବଡ଼ ଉତ୍ସୁକତାର ସହ ପ୍ରତୀକ୍ଷା କରିଥିଲେ। କିନ୍ତୁ ଏବେ ଖୋଜିଲା ବେଳକୁ ଫଟୋଟିଏ ବି ଦେଖିବାକୁ ମିଳୁନି ଏହି ଚର୍ଚ୍ଚିତ ଯୋଡିଙ୍କର।

ଗତ ୬ବର୍ଷ ଧରି ପ୍ରେମ ବନ୍ଧନରେ ବାନ୍ଧିହୋଇ ରହିଥିବା ‘ରାମ-ଲୀଲା’ ଯୋଡ଼ି ଜନ୍ମ ଜନ୍ମାନ୍ତରର ସାଥୀ ହେବାକୁ ଯାଉଥିଲେ। ଏଣୁ କ୍ୟାମେରା ଆଗରେ ଲୁଚିବାର କୌଣସି ପ୍ରଶ୍ନ ନ ଥିଲା କି ହାତ ଧରିଲେ ଟ୍ରୋଲ୍‌ ହେବାର ଭୟ ବି । ପୂରା ରୀତିନୀତି ଏବଂ ପରିବାରକୁ ଧରି ଏମାନେ ଏକ ନୂଆ ଜୀବନର ଶୁଭାରମ୍ଭ କରିବାକୁ ଯାଉଥିଲେ। ଏ ଖୁସି ଖବର ଉଭୟ ରଣଭୀର ଏବଂ ଦୀପିକା ନିକ ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ସେମାନଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକମାନଙ୍କୁ ଦେଇଥିଲେ।

କିନ୍ତୁ ବାସ୍ତବରେ, ଏବେ କେବଳ ଅପେକ୍ଷା ଆଉ ଅପେକ୍ଷା…

ଲକ୍ଷ ଲକ୍ଷ ଦର୍ଶକ କେବଳ ହାତ ଗୋଡ ଜାକି ଅପେକ୍ଷା କରି ବସିଲେ। କିଏ ଚାହୁଁଥିଲା ତାଙ୍କ ଫେବରାଇଟ୍‌ ସିକ୍ସ ପ୍ୟାକ୍‌ ହ୍ୟାଣ୍ଡସମ୍‌ ହଙ୍କ ରଣବୀରଙ୍କୁ ସେରୱାନିରେ ଦେଖିବ ତ କିଏ ଚାହୁଁଥିଲା ଦୀପୁ(ଦୀପିକା)ଙ୍କୁ ଥରେ ନାଲି ଶାଢିରେ ନିରିଖେଇବ। ଆଉ କିଛି ଲୋକ ଚାହୁଁଥିଲେ ଫିଲ୍ମରେ ବିଚ୍ଛେଦ ହୋଇଯାଇଥିବା ସେ ‘ବାଜିରାଓ-ମସ୍ତାନି’ ଯୋଡି ସାଙ୍ଗ ହୋଇ ହସିିଲେ କେମିତି ଦିଶିବେ ବୋଲି।

କିନ୍ତୁ ବାହାଘର ବେଦୀ ପାଖରେ ସ୍ଥିତି ଥିଲା ଭିନ୍ନ। ୧୦୦ମିଟର ଦୂରରେ ଥିଲେ ଗଣମାଧ୍ୟମ ପ୍ରତିନିଧି। ସେମାନେ ମଧ୍ୟ ଗୋଟେ ସ୍ୱଚ୍ଛ ଫଟୋ ନେବାରେ ଥିଲେ ଅସମର୍ଥ ।  ପ୍ରଥମ ଦିନ ବିବାହର ୨୪ଘଣ୍ଟା ପରେ ମଧ୍ୟ ନା କୌଣସି ଫଟୋ ମିଳିଲା ନା ଭିଡ଼ିଓ। ଯାହାର ଫଳ ସୂରୁପ ଏବେ ମିତିଛନ୍ତି ଦର୍ଶକ।

ଟ୍ୱିଟ୍‌ ଏବଂ ପୋଷ୍ଟ ମାଧ୍ୟମରେ ଭିନ୍ନ ଭିନ୍ନ ଲୋକ ଭିନ୍ନ କଥା କହୁଛନ୍ତି। ବିରୁଷ୍କାଙ୍କ ଇଟ୍‌ଲିରେ ହୋଇଥିବା ବିବାହରୁ କେମିତି ଦୀପିକା ଏବଂ ରଣବୀର କିଛି ଶିଖିଲେନି ସେ ନେଇ ଉଠିଛି ପ୍ରଶ୍ନ। ଏ ଦୁହେଁ ମଧ୍ୟ ସମାନ ଭୁଲ୍‌ କରିଛନ୍ତି।

ଯଦି ଫ୍ୟାନ୍‌ମାନଙ୍କୁ ବିବାହ ସମ୍ପର୍କିତ ଖବରରୁ ଦୂରେଇ ରଖିବାର ଥିଲା ତେବେ ନିମନ୍ତ୍ରଣ ପତ୍ର ସେୟାର କରି କ’ଣ ପାଇଁ ସୂଚନା ଦେଉଥିଲେ ବୋଲି କହି ପ୍ରାୟତଃ ଦର୍ଶକ ଅସନ୍ତୋଷ ଜାହିର କରିଛନ୍ତି। ଦୁହେଁ ଇଟ୍‌ଲି ଯାଇ ଲୁଚିଛପି ବିବାହ କରି ଏକ ପ୍ରହସନ କରିବା, ବଲିଉଡ୍‌ କଳାକାରଙ୍କ ପାଇଁ ନୂଆ ଟ୍ରେଣ୍ଡ ପାଲଟିଯାଇଛି ବୋଲି ବି କହି କିଛି ଲୋକ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପିକା ଏବଂ ରଣବୀରଙ୍କର ବିବାହ ଅନୁଷ୍ଠିତ ହେଇଛି। ସଂଧ୍ୟା୬ଟା ବେଳକୁ ଯେତେବେଳେ ଖବର ଆସିଲା ଯେ, ଦୀପିକା-ରଣବୀରଙ୍କ ବିବାହ ସମ୍ପନ୍ନ ହୋଇଛି। ସମସ୍ତେ ଧାଇଁ ଯାଇଥିଲେ ଟିଭି ପାଖବୁ। ଟିଭିରୁ ଢେରଗୁଣ ଆଗୁଆ ଥିବା ସୋଶାଲ୍‌ ମିଡିଆକୁ ଲୋକେ ଘାଣ୍ଟି ପକାଇଲେ। ଭାବିଲେ ସେ ତାଜା ବିବାହର ଫଟୋଚିତ୍ର ମିଳିଯିବ। ହେଲେ ପ୍ରତୀକ୍ଷାର ଅନ୍ତ ଘଟିଲା ପରେ ବି ଫଟୋଟିଏ ମିଳି ନ ଥିଲା।

 



from Odisha Reporter https://ift.tt/2z9hX7S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages