
ହାଇଦ୍ରାବାଦ: ଦଳର ଚିହ୍ନ କାର୍, କାର୍ କିଣିବାପାଇଁ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ରହିଛି କୋଟିକୋଟି ଟଙ୍କା, କିନ୍ତୁ ତାଙ୍କ ନାମରେ ଗୋଟିଏ ମଧ୍ୟ କାର୍ ନାହିଁ। ଆଜ୍ଞା ହଁ, ଆମେ କହୁଛୁ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ କଥା। ସେ ଜଣେ ବିତ୍ତଶାଳୀ କୃଷକ ଏବଂ ତାଙ୍କ ନାମରେ ୨୨ କୋଟି ଟଙ୍କାର ସମ୍ପତ୍ତି ରହିଛି। କିନ୍ତୁ ସେ ଦାଖଲ କରିଥିବା ମନୋନୟନ ଫର୍ମରେ ସ୍ପଷ୍ଟ ଲେଖା ଅଛି, ତାଙ୍କର ଗୋଟିଏ ବି କାର୍ ନାହିଁ।
୨୦୧୪ ମସିହାରେ ମଧ୍ୟ ରାଓ ତାଙ୍କର କାର୍ ନଥିବା ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ସରକାରୀ କାର୍ଗୁଡ଼ିକୁ କଳା ରଙ୍ଗରୁ ଧଳା କରାଇଥିଲେ। ଏପରି କରିବା ପଛରେ ଜଣେ ଜ୍ୟୋତିଷଙ୍କ ପରାମର୍ଶ ମୁଖ୍ୟ ଭୂମିକା ନେଇଥିଲା। ୨୦୧୫ରେ ତାଙ୍କ ସରକାର ଟୟୋଟା ଲ୍ୟାଣ୍ଡ କ୍ରୁଜର କିଣିଥିଲେ ଯେଉଁଥିରେ ବୁଲେଟ୍ପ୍ରୁଫ୍ ବ୍ୟବସ୍ଥା ରହିଛି।
ବୁଧବାର ନାମାଙ୍କନପତ୍ର ଦାଖଲ କରିବା ଅବସରରେ ଶ୍ରୀ ରାଓ ଦର୍ଶାଛନ୍ତି ତାଙ୍କ ବାର୍ଷିକ ଆୟ ୯୧.୫ ଲକ୍ଷ ଟଙ୍କା। ଏହା ବ୍ୟତୀତ ତାଙ୍କ ପୁଅ କେଟି ରାମା ରାଓ ଏବଂ ବୋହୁ କେ ଶଲ୍ଲିମାଙ୍କ ସମ୍ପତ୍ତିର ପରିମାଣ ଯଥାକ୍ରମେ ୮୪ ଲକ୍ଷ ଏବଂ ୨୪ ଲକ୍ଷ ବୋଲି ଦର୍ଶାଯାଇଛି।
from Odisha Reporter https://ift.tt/2Q1dwFF
No comments:
Post a Comment