
ଜଳେଶ୍ୱର (ଅଜିତ କୁମାର ଦାସ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡଙ୍ଗା ଭସାଇବା ପାଇଁ ଯାଇ ଦୁଇ ଜଣ ନାବାଳକ ନଦୀରେ ଭାସି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି।
ସୁବର୍ଣ୍ଣରେଖାର ବେଲିଦାରୁଗୁଡ଼ି ଘାଟକୁ କୁଟସାହି ଗୋବର୍ଦ୍ଧନପୁର ଗାଁର ସମଲ ନାଥ(୧୨) ଓ ପଙ୍କଜ ନାଥ(୧୩) ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସାଇବା ପରେ ସେମାନେ ସେଠାରେ ଖେଳୁଥିଲେ। ମାତ୍ର ଘରକୁ ଫେରିନଥିଲେ। ସମଲ ଓ ପଙ୍କଜ ଘରକୁ ନଫେରିବାରୁ ପରିବାର ଲୋକେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ସୁବର୍ଣ୍ଣରେଖା ନଦୀରେ ସେମାନେ ଭାସି ଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ବାଳକଙ୍କ ପତ୍ତା ପାଇନାହାନ୍ତି।
from Odisha Reporter https://ift.tt/2QmTuG1
No comments:
Post a Comment