ରାଜନୀତିରେ ସାମିଲ ହେବାର ଯୋଜନା ଏବେ ନାହିଁ: ପ୍ରକାଶ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ରାଜନୀତିରେ ସାମିଲ ହେବାର ଯୋଜନା ଏବେ ନାହିଁ: ପ୍ରକାଶ ମିଶ୍ର

PrakashMishra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ରେ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ପାଇଁ ତାଙ୍କର ଏବେ କୌଣସି ଯୋଜନା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର କହିଛନ୍ତି।

‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏବେ ସରକାରୀ ଚାକରିରୁ ଅବସରୋତ୍ତର ଜୀବନ ବିତାଉଛନ୍ତି। ସେଥିରେ ସେ ଅତ୍ୟନ୍ତ ଖୁସି ଅଛନ୍ତି। ଅବଶ୍ୟ ଡାକ୍ତର ରାଉତ ତାଙ୍କ ସହ ଏହି ଦଳ ଗଠନ ସମ୍ପର୍କରେ କଥା ହୋଇଥିଲେ ଓ ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଥିଲେ। ମାତ୍ର ତାହା ଅର୍ଥ ନୁହେଁ ଯେ, ସେ ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ। ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାର ତାଙ୍କର କୌଣସି ଯୋଜନା ଏବେ ନାହିଁ।

ଉଲ୍ଲେଖଯୋଗ୍ୟ, ଆଜି ବିଜୁ ସମତା କ୍ରାନ୍ତି ଦଳ ପେକ୍ସରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ତାଙ୍କ ଦଳରେ ସାମିଲ ହେବେ ବୋଲି ଡାକ୍ତର ରାଉତ କହିଥିଲେ।



from Odisha Reporter https://ift.tt/2DScarb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages