ସରକାର ଡ୍ରାଇଭର, ଆର୍‌ବିଆଇ ସିଟ୍‌ ବେଲ୍ଟ: ରାଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ସରକାର ଡ୍ରାଇଭର, ଆର୍‌ବିଆଇ ସିଟ୍‌ ବେଲ୍ଟ: ରାଜନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସରକାରଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ସିଟ୍‌ ବେଲ୍ଟ୍। ଯଦି ସରକାରଙ୍କ ଭଳି ଏକ କାର୍‌ରେ ଆର୍‌ବିଆଇ ଭଳି ସିଟ୍‌ବେଲ୍ଟ୍‌ ନ ରହେ ତେବେ ଦୁର୍ଘଟଣା ଘଟିବ ଓ ପରିଣତି ଭୟଙ୍କର ହେବ। ଆର୍‌ବିଆଇ ପୂର୍ବତନ ଗଭର୍ନର ରଘୁରାମ ରାଜନ ଦୀର୍ଘ ଦିନ ପରେ ନିଜ ନୀରବତା ଭଙ୍ଗ କରି ଏଭଳି କହିଛନ୍ତି।

କିଛି ଦିନ ହେବ ଆର୍‌ବିଆଇ ଏବଂ ଭାରତୀୟ ଅର୍ଥମନ୍ତ୍ରଣାଳୟ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ରାଜନ କହିଛନ୍ତି, ଆର୍‌ବିଆଇର ଆନୁଷ୍ଠାନିକ ସ୍ୱତନ୍ତ୍ରତା ରହିବା ଦରକାର। ଏହା ଏକ ସ୍ୱୟଂଶାସିତ ଆର୍ଥିକ ଅନୁଷ୍ଠାନ। ସରକାରଙ୍କ ସମସ୍ତ ନିଷ୍ପତ୍ତିରେ ହଁ ଭରିବା ପାଇଁ ଆର୍‌ବିଆଇ ବାଧ୍ୟ ନୁହେଁ। ରାଜନ ପୁଣି କହିଛନ୍ତି, ଆର୍‌ବିଆଇକୁ ସୁରକ୍ଷା ଦେବା ହେଉଛି ଆର୍‌ବିଆଇ ବୋର୍ଡର ଲକ୍ଷ୍ୟ, ଏହା ଅନ୍ୟ କାହାପାଇଁ ଉଦ୍ଦିଷ୍ଟ ନୁହେଁ।

ଯଦି ସରକାର ଡ୍ରାଇଭର ହୁଅନ୍ତି, ତେବେ  ଆର୍‌ବିଆଇ କାର୍‌ର ସିଟ୍‌ ବେଲ୍ଟ୍। ଯଦି ସରକାର ଏହାକୁ ନିଜ ଅଣ୍ଟାରେ ନଭିଡ଼ନ୍ତି ତେବେ, ଦୁର୍ଘଟଣା ଘଟିଲେ ଏହା ଭୟଙ୍କର ରୂପ ନେଇ ପାରେ ବୋଲି ରାଜନ ଚେତାଇ ଦେଇଛନ୍ତି।



from Odisha Reporter https://ift.tt/2DpTzCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages