‘ଆହୁରି ଜୋର୍‌ଦାର୍‌ ହେବ ନକ୍ସଲ ବିରୋଧୀ ଅପରେସନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

‘ଆହୁରି ଜୋର୍‌ଦାର୍‌ ହେବ ନକ୍ସଲ ବିରୋଧୀ ଅପରେସନ’

ମାଲକାନଗିରି (ଓଡ଼ିଶା ରିପୋର୍ଟର୍‌): ମାଲକାନଗିରିରେ ମାଓବାଦୀଙ୍କ ବିପକ୍ଷରେ ବଡ଼ ସଫଳତା ପରେ ଉତ୍ସାହିତ ହୋଇଛି ଓଡ଼ିଶା ପୁଲିସ। ଚିତ୍ରକୋଣ୍ଡା ପପ୍‌ଲୁର୍‌ ଏନ୍‌କାଉଣ୍ଟରରେ ୫ ନକ୍ସଲ ନେତାଙ୍କ ମୃତ୍ୟୁ ପରେ ଆଜି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମାଲକାନଗିରି ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନ ଆହୁରି ଜୋରଦାର କରାଯିବା ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଲାଲ୍‌ ବାହିନୀକୁ ମୂଳପୋଛ କରାଯିବ ବୋଲି ଡିଜିପି କହିଛନ୍ତି। ସେହିପରି ଯେଉଁଠି ମାଓବାଦୀ କାର୍ଯ୍ୟକଳାପ କମିଛି ସେହି ଅଞ୍ଚଳରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଉପଦ୍ରୁତ ଅଞ୍ଚଳକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆଜିର ସମୀକ୍ଷା ବୈଠକରେ ଏଡିଜି ଅପରେସନ ଆର୍‌. ପି. କୋଚେ, ଗୁଇନ୍ଦା ଆଇଜି ଘନଶ୍ୟାମ ଉପାଧ୍ୟାୟ ଓ ଏସ୍ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ପରିଚୟ ମିଳିବା ପରେ ଆଜି ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏସ୍‌ପି ଅଫିସରେ କାଗଜପତ୍ର ଯାଞ୍ଚ ପରେ ପରିବାର ଲୋକ ଆସି ମୃତଦେହଗୁଡିକୁ ନେଇଯାଇଛନ୍ତି।

ବଦଳିଲେ ଲାଲ୍‌ବାହିନୀ ମୁଖିଆ

ମାଓବାଦୀଙ୍କ ନେତୃତ୍ୱରେ ବଡ଼ ଧାରଣର ପରିବର୍ତ୍ତନ ହେବାକୁ ଯାଉଥିବା ସୂଚନା ମିଳିଛି। ଗଣପତିଙ୍କ ସ୍ଥାନରେ ଅତି ଦୁର୍ଦ୍ଦାନ୍ତ ବାସବରାଜ ସିପିଆଇ-ମାଓବାଦୀ ସଂଗଠନର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ବିସ୍ଫୋରକ ବିଶେଷଜ୍ଞ ଭାବେ ଜଣାଶୁଣା ବାସବରାଜ ସଂଗଠନ ଦାୟିତ୍ୱ ନେବା ପରେ ନକ୍ସଲ ଆକ୍ରମଣ ଘଟଣା ବଢିବା ଆଶଙ୍କା କରାଯାଉଛି। କାରଣ ନକ୍ସଲ ସଂଗଠନର ଗରିଲା ଓ୍ୱିଙ୍ଗ (PLGA) ଗଠନ ହେବା ଦିନଠାରୁ ବାସବରାଜ ତାର ମୁଖ୍ୟ ରହିଆସିଛନ୍ତି। ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶାରେ ଘଟିଥିବା ସମସ୍ତ ବଡ଼ ବଡ଼ ନକ୍ସଲ ହାମ୍‌ଲା ପଛରେ ବାସବରାଜଙ୍କ ହାତ ଥିବା କୁହାଯାଉଛି।



from Odisha Reporter https://ift.tt/2yTVPOF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages