ଚାକିରି ପାଇଁ ମୁଣ୍ଡ ପିଛା ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଚାକିରି ପାଇଁ ମୁଣ୍ଡ ପିଛା ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏକ ଲାଭଜନକ ପିଏସୟୁରେ ନିଯୁକ୍ତି ନାଁରେ ଏବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ଚାଲିଛି। ତା’ପୁଣି ସେହି ପିଏସୟୁର ଏକ ମୁଖ୍ୟ ପଦବୀରେ ଥିବା ଅଧିକାରୀ ଖୋଲାଖୋଲି ଆଦାୟ କରୁଛନ୍ତି ବୋଲି ଗୁଜବ ମହଲରେ ଚାଲିଛି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜ୍ୟ ସରକାରଙ୍କ ଏକ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଗୋଟିିଏ ପିଏସୟୁରେ ୧୦୦ଟି ପଦବୀ ପାଇଁ ଗତ ୩ମାସ ତଳେ କୁଆଡ଼େ ବିଜ୍ଞାପନ ଦିଆଯାଇଥିଲା। ଏବେ ସେହି ପଦବୀଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନରେ ପରୀକ୍ଷା ପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ କୁଆଡ଼େ ଦାୟିତ୍ୱ ଦିଆଯାଇଛି। ୩ ଘଣ୍ଟାର ଏହି ଅନଲାଇନ ପରୀକ୍ଷାରେ ମୋଟ ୨୦୦ ମାର୍କର ପରୀକ୍ଷା ଓ ତା’ପରେ ସାକ୍ଷାତକାରର ପ୍ରାବଧାନ ରହିଛି।

ଚର୍ଚ୍ଚା ହେଉଛି, ହାଇଦ୍ରାବାଦର ଯେଉଁ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ମିଳିଛି ତାହା କୁଆଡ଼େ କେବଳ ଦିନରେ ଲଣ୍ଠନ ଦେଖାଇବା ସଦୃଶ। ଏହି ପିଏସୟୁର କିଛି ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରକୁ ସମ୍ପୃକ୍ତ ସଂସ୍ଥାକୁ ଦିଆଯାଇଛି ଯିଏ ଏହି ପରୀକ୍ଷା ଦାୟିତ୍ୱ ନେଇଛି। ଆଉ ଦଲାଲଙ୍କ ମାଧ୍ୟମରେ ସମ୍ପୃକ୍ତ ପିଏସୟୁର ମୁଖିଆ ଓ ତାଙ୍କ ଟିମ୍ କୁଆଡ଼େ ପ୍ରତ୍ୟେକ ପ୍ରାର୍ଥୀ ପିଛା ୧୦ଲକ୍ଷରୁ ୨୦ଲକ୍ଷ ଟଙ୍କା ଲେଖାଏ ବଟି ଆଦାୟ କରୁଛନ୍ତି। ଯେହେତୁ ଏହି ପଦବୀରେ ବର୍ଷେ କାମ କରିବା ପରେ ଦରମା ହାର ମାସିକ ୬୦ହଜାର ଟଙ୍କାରୁ ୧.୬୦ଲକ୍ଷ ଟଙ୍କା ରହିଛି ତେଣୁ ଯେନତେନ ପ୍ରକାରେ ଚାକିରି ପାଇବା ପାଇଁ ଦାବି ମୁତାବକ ପିସି ଦେବାକୁ କୁଆଡ଼େ ଏବେ ଲାଇନ୍ ଲାଗୁଛି।

ଅବଶ୍ୟ କେବଳ ପିଏସୟୁର ବଡ଼ବାବୁ ନୁହନ୍ତି, ତାଙ୍କ ଛଡ଼ା ଜଣେ ରାଜନେତା କୁଆଡ଼େ ଏଭଳି ଅର୍ଥ ଆଦାୟ କରୁଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ଏହି ୧୦୦ଟି ପଦବୀ ମାଧ୍ୟମରେ ଅତିକମରେ କୁଆଡ଼େ ୧୫ରୁ ୨୦ କୋଟି ଟଙ୍କା ଆଦାୟ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସୀ ରହିଥିବାବେଳେ କେଉଁ ଉଦ୍ଦେଶ୍ୟରେ ଏତେ ସଂଖ୍ୟକ ପଦବୀର ପରୀକ୍ଷା ଦାୟିତ୍ୱ ହାଇଦ୍ରାବାଦର ଏକ ଅନାମଧେୟ ସଂସ୍ଥାକୁ ଦିଆଗଲା ତାହା ବି ସମ୍ପୃକ୍ତ ପିଏସୟୁର ମୁଖିଆଙ୍କୁ ସନ୍ଦେହଘେରକୁ ଟାଣିଛି।

ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଗୁଡବୁକରେ ଥିବା ଜଣେ ବରିଷ୍ଠ ଅଫିସର ଓ ଜଣେ ରାଜନେତା ହିଁ ଏସବୁ ଚାକିରି ପାଇଁ ‘ପିସି’ ଆଦାୟ କରିବାରେ ଲାଗିଛନ୍ତି। ସମ୍ପୃକ୍ତ ବରିଷ୍ଠ ଅଫିସର ଏବେ ଯେଉଁଭଳି ଶକ୍ତିଶାଳୀ ହୋଇ ରହିଛନ୍ତି ତାହା କୁଆଡ଼େ ଓଡ଼ିଶା ଇତିହାସରେ ପୂର୍ବରୁ କେବେ ହୋଇନଥିଲା। ଇଞ୍ଜିନିୟରିଂ ବିଭାଗ ସହ ଜଡ଼ିତ ଏହି ପିଏସୟୁର ମୁଖିଆ ହେବାଠୁ ଆରମ୍ଭ କରି ପ୍ରଶାସନିକ କଳର ମୁଖିଆ ପର୍ଯ୍ୟନ୍ତ ସବୁ ଦାୟିତ୍ୱ କୁଆଡ଼େ ସମ୍ପୃକ୍ତ ଅଫିସରଙ୍କ ପାଖରେ ଠୁଳ ହୋଇଛି। ଆଉ ତୃତୀୟ ମହଲାର ଜଣେ ଖାସ ରାଜନେତାଙ୍କ ମାଧ୍ୟମରେ ଓ କ୍ଷମତାକେନ୍ଦ୍ରଙ୍କ ଜାଣତରେ କୁଆଡ଼େ ଏହି ପିସି କାରବାର ବେଧଡ଼କ ଚାଲିଛି ବୋଲି ଚର୍ଚ୍ଚା।

ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ମେଧାବୀ ବେକାର ଯୁବକଯୁବତୀ ଚାକିରିଟିଏ ପାଇଁ ଘୁରି ବୁଲୁଥିବାବେଳେ ଏବେ ଯିଏ ମୋଟା ଅଙ୍କର ଚାନ୍ଦା ଦେଇପାରିବ ସିଏ ହିଁ ଚାକିରି ପାଇବ, ଏଭଳି ସ୍ଥିତି ଉପୁଜିଥିବା ଚର୍ଚ୍ଚା।



from Odisha Reporter https://ift.tt/2QkVsGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages