
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କର ଏହା ଇଚ୍ଛା ଥାଏ ଯେ, ତାଙ୍କ ବୈବାହିକ ଜୀବନ ହସଖୁସିରେ ଭରିଉଠୁ। କେବେ ଝଗଡ଼ା ନ ହେଉ। ପ୍ରେମ ବଢୁ।
ଏଥିପାଇଁ ଅନେକ ଲୋକ ବାସ୍ତୁ ଅନୁସାରେ ମଧ୍ୟ ଅନେକ କାର୍ଯ୍ୟ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବୁ ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତିଙ୍କ ବେଡ୍ରୁମ୍ କିପରି ହେବା ଉଚିତ୍ ଏବଂ ରୁମ୍ରେ କେଉଁ ସବୁ ଜିନିଷ ରହିବା ଉଚିତ୍ ନୁହେଁ।
ଏକରୁ ଅଧିକ ଗଦି ରଖନ୍ତୁ ନାହିଁ
ବାସ୍ତୁ ଶାସ୍ତ୍ର ଅନୁସାରେ ନବବିବାହିତା ଦମ୍ପତି ନିଜ ବେଡ୍ରୁମ୍ରେ ଏକରୁ ଅଧିକ ଗଦି ରଖିବା ଉଚିତ୍ ନୁହେଁ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବାଣ୍ଟି ହୋଇ ଯାଇଥାଏ ଏବଂ ଦୂରତା ବଢ଼ିଥାଏ।
ଅଧିକ ଆଲୋକ ଦେଉଥିବା ବଲ୍ ଲଗାନ୍ତୁ ନାହିଁ
ବାସ୍ତୁ ଅନୁସାରେ ନବବିବାହିତା ଦମ୍ପତି ନିଜ ରୁମ୍ରେ ଅଧିକ ଆଲୋକ ଦେଉଥିବା ବଲ୍ବ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଥାଏ। ଏଥିପାଇଁ ବେଡ୍ରୁମ୍ରେ ହାଲ୍କା ଗ୍ରୀନ୍, ବ୍ଲୁ ଓ ପିଙ୍କ୍ କଲର୍ର ବତୀ ଲଗାନ୍ତୁ।
ବିଦ୍ୟୁତ୍ ସରଞ୍ଜାମ ରଖନ୍ତୁ ନାହିଁ
ବାସ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ନବବିବାହିତା ଦମ୍ପତି ନିଜ ବେଡ୍ରୁମ୍ରେ ଇଲେକ୍ଟ୍ରୋନିକ ଉପକରଣ ରଖନ୍ତୁ ନାହିଁ, ଏହାଦ୍ୱାରା ରୁମ୍ରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
ଜୋତା ଓ ଚପଲ
ଏହା ସହିତ ରୁମ୍ରେ ଜୋତା କିମ୍ୱା ଚପଲ ରଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହା ଦ୍ୱାରା ଦମ୍ପତିଙ୍କ ମୁଡ୍ ଖରାପ ହୋଇଥାଏ ଓ ସର୍ବଦା କଳହ ଲାଗି ରହିଥାଏ।
ଆଇନା
ଯଦି ଆପଣ ଆଇନା ରୁମ୍ରେ ରଖୁଛନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବେଡ୍ ସାମ୍ନାରେ ରହିବା ଉଚିତ୍ ନୁହେଁ। ବାସ୍ତୁ ଅନୁସାରେ ଆଇନାକୁ ବେଡ୍ ପାଖରେ ରଖିଲେ,ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।
from Odisha Reporter https://ift.tt/2KstWBH
No comments:
Post a Comment