ମେକ୍ଇନ୍ ଓଡ଼ିଶା ପାଇଁ ପ୍ରସ୍ତୁତି, ବିରୋଧୀ କହିଲେ ଖାଲି ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ମେକ୍ଇନ୍ ଓଡ଼ିଶା ପାଇଁ ପ୍ରସ୍ତୁତି, ବିରୋଧୀ କହିଲେ ଖାଲି ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ବିଭିନ୍ନ କମ୍ପାନୀଗୁଡିକୁ ରାଜ୍ୟକୁ ଆମନ୍ତ୍ରଣ କରି ଏଠାରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏଣେ ଏହି ବ୍ୟବସ୍ଥାକୁ ଖାଲି ପ୍ରଚାର ସର୍ବସ୍ୱ ଆଉ ଅର୍ଥ ହରିଲୁଟ୍‌ କରିବାର ଅଂଶ ବୋଲି କହି ତାଚ୍ଛଲ୍ୟ କରିଛନ୍ତି ବିରୋଧୀ।

ଏଣେ ପୂର୍ବରୁ ହୋଇଥିବା କନ୍‌କ୍ଲେଭଗୁଡିକର ନିର୍ଯାସ ସ୍ୱରୁପ ମାତ୍ର ୩ଟି ଶିଳ୍ପ ସଂସ୍ଥା(୨୦୧୬ରେ ଆୟୋଜିତ ମେକ୍ –ଇନ-ଓଡିଶା ପ୍ରଥମ ସଂସ୍କରଣ ପରେ ଓଡ଼ିଶାରେ ନିବେଶ କରିଥିଲେ) ଉତ୍ପାଦନକ୍ଷମ ହେବାକୁ ଯାଉଛନ୍ତି। ସଫଳତା କଥା  କହିବା ବେଳେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ  ସରକାର ।

୧୨୪ଟି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ବି ଏ ଯାଏଁ ୬୪ଟି ସଂସ୍ଥାର ଭିତ୍ତି ପ୍ରସ୍ତର ହିଁ ପଡ଼ିପାରିଛି । ଏଥର କିନ୍ତୁ ବିଦେଶରୁ  ପୁଞ୍ଜିନିବେଶର ପ୍ରସ୍ତାବ ଆସିବା ଲକ୍ଷ୍ୟ ରହିଥିବା ଆଜି  ଶିଳ୍ପମନ୍ତ୍ରୀ କହିଛନ୍ତି ।

ନୀରବ ମୋଦିଙ୍କ ସମ୍ପର୍କୀୟ ନେଇଛନ୍ତି ୩୦ ଏକର ଜମି

କଟକ ନିକଟ ରାମଦାସପୁରରେ ଶିଳ୍ପ  ପ୍ରତିଷ୍ଠା ପାଇଁ ସରକାର ନୀରବ ମୋଦିଙ୍କ ସଂପର୍କୀୟ  ଗୀତାଞ୍ଜଳି ଜେମସ୍‌ଙ୍କୁ ଦେଇଥିଲେ ୩୦ ଏକର ଜମି । ୨୦୧୬ ମେକ-ଇନ-ଓ଼ଡିଶା କନ୍‌କ୍ଲେଭରେ ଗୀତାଞ୍ଜଳି ଗ୍ରୁପ୍‌ସ  ଏଠାରେ ୬୩୬ କୋଟି ବ୍ୟୟରେ ଏକ ଜୁଏଲରୀ ଶିଳ୍ପ  ପ୍ରତିଷ୍ଠା ପାଇଁ ସରକାରଙ୍କ ସହ ଚୁକ୍ତି କରିଥିଲା। ମାତ୍ର ଶିଳ୍ପ ପ୍ରତିଷ୍ଠା ନ କରିବାରୁ ଏହାକୁ କୁଆଡେ ରାଜ୍ୟ ସରକାର ନିଜ ଖାତାକୁ ଫେରାଇ ଆଣିଛନ୍ତି ବୋଲି ସଫେଇ ଦେଇଛନ୍ତି।

ମେକ-ଇନ-ଓଡିଶାର ଦ୍ୱିତୀୟ ସଂସ୍କରଣ କଥା କହିବା  ବେଳେ ଶିଳ୍ପ ବିଭାଗର ଟିମ୍ ଏହି ସୂଚନା ଦେଇଛି। ଗୀତାଞ୍ଜଳିଙ୍କୁ ଦିଆଯାଇଥିବା ଜମିକୁ ସରକାର  ଫେରାଇ ଆଣିଥିବା ବେଳେ ସେ ଜମା କରିଥିବା  ଟଙ୍କାକୁ ମଧ୍ୟ ବ୍ୟାଜାପ୍ତି କରାଯାଇଛି ବୋଲି ସୂଚନା ଦିଆଯାଇଛି। ଯାହାକି ସରକାରଙ୍କ ଏହି ଯୋଜନାର ଏକ ବିଫଳତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରଥମ  ସଂସ୍କରଣରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ୧୨୪  ପ୍ରସ୍ତାବ ମଧ୍ୟରୁ ଏବେ ସୁଦ୍ଧା ୬୪ଟି ପ୍ରକଳ୍ପର   ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରିଛି  । ଏଥିରୁ ଗତ ୩  ତାରିଖରେ ହିଁ ୧୫ ଟି ସଂସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ  ହୋଇଛି। କେବଳ ତିନୋଟି ପ୍ରକଳ୍ପ ଉତ୍ପାଦନ ସ୍ଥିତିକୁ  ଆସିଛି ।

୬ଟି ଦେଶରୁ ପୁଞ୍ଜି ଆସିବ କି ନାହିଁ ତାର ଗ୍ୟାରେଣ୍ଟି ନାହିଁ

ସରକାରଙ୍କ କହିବା କଥା ୨ ଲକ୍ଷ କୋଟିର  ପୁଞ୍ଜିନିବେଶର ପ୍ରସ୍ତାବ ଭିତରୁ ୬୫ ପ୍ରତିଶତ  କାର୍ଯ୍ୟକ୍ଷମ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଅଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଦ୍ୱିତୀୟ ମେକ୍-ଇନ୍-ଓଡ଼ିଶା  ପାଇଁ ଶିଳ୍ପ ବିଭାଗର ଟିମ୍ ୬ ଟି ଦେଶକୁ ଯାଇ ରୋଡ୍  ସୋ କରିଥିଲେ ବି ଏଥିରୁ ଇଟାଲୀ, ସାଉଥ କୋରିଆ  ଓ ଚାଇନାରୁ ପୁଞ୍ଜି ଆସିବ କି ନାହିଁ ତାର ଗ୍ୟାରେଣ୍ଟି  ଦେଇପାରୁନାହାଁନ୍ତି ଶିଳ୍ପ ବିଭାଗର ଟିମ୍ । କିନ୍ତୁ ଏଥର  ଯେଉଁମାନେ ଶିଳ୍ପ କରିବା ପାଇଁ ଆବେଦନ କରିବେ,  ସେମାନଙ୍କୁ ଆବେଦନର ୨୦ ଦିନ ମଧ୍ୟରେ ସିଙ୍ଗଲ ଓ୍ୱିଣ୍ଡୋରେ ଅନୁମୋଦନ ମିଳିଯିବ ବୋଲି କହିଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା।

ଟିପ୍ପଣୀ କଲେ ବିରୋଧୀ

ବିଜେପି   କହିଛି,  ପ୍ରଥମ ସଂସ୍କରଣରେ ସରକାର ୨୧ କୋଟି  ଟଙ୍କା  ଖର୍ଚ୍ଚ କରିଥିବା ବେଳେ ଏହାର ୮୦ ପ୍ରତିଶତ  କେବଳ ପ୍ରଚାର ପାଇଁ ଥିଲା । ସରକାର ଦେଇଥିବା  ତଥ୍ୟ ଅନୁସାରେ ୯୨ ପ୍ରକଳ୍ପରୁ ୩୮ ଟି କାର୍ଯ୍ୟକ୍ଷମ  ହୋଇନି। କଂଗ୍ରେସ  କହିଛି ଅର୍ଥ ଆତ୍ମସାତ ପାଇଁ ମେକ୍-ଇନ୍-ଓଡିଶା ଏକ  ମାଧ୍ୟମ।



from Odisha Reporter https://ift.tt/2qC8cKu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages