
ବେଜିଂ: ଚୀନ୍ ଓପନ୍ ବ୍ୟାଡମିଣ୍ଟନ୍ରେ ଭାରତର ଦୁଇ ଷ୍ଟାର ଶଟଲର୍ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ନିଜର ଦବଦବା ଜାରି ରଖିଛନ୍ତି। ଉଭୟ ଜବରଦସ୍ତ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ସିନ୍ଧୁ ଟୁର୍ଣ୍ଣାମେଣ୍ଟର୍ ଦ୍ୱିତୀୟ ରାଉଣ୍ଡରେ ଥାଇଲ୍ୟାଣ୍ଡର ବୁସାନନ୍ ଓଙ୍ଗବମୁରଙ୍ଗଫାନଙ୍କୁ ଭେଟିଥିଲେ। ମ୍ୟାଚ୍ ଆରମ୍ଭରୁ ହିଁ ସିନ୍ଧୁ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୨୧-୧୨ ଓ ୨୧-୧୫ ସେଟ୍ରେ ମୁକାବିଲାକୁ ଜିତି ନେଇଥିଲେ। ଏବେ ସିନ୍ଧୁଙ୍କ ମୁକାବିଲା ଚୀନ୍ର ହେ ବିଙ୍ଗଜିଆଓଙ୍କ ସହ ହେବ। ପୂର୍ବରୁ ବିଙ୍ଗଜିଆଓ ସିନ୍ଧୁଙ୍କୁ ୨ଥର ହରାଇ ସାରିଛନ୍ତି। ତେଣୁ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଆହତ ସମସ୍ୟା ଯୋଗୁ ଗତ ସଂସ୍କରଣରେ ଚୀନ୍ ଓପନ୍ରୁ ବାଦ୍ ପଡ଼ିଥିବା କିଦାମ୍ବି ଶ୍ରୀକାନ୍ତ ଏଥର ଧମାକାଦାର ଏଣ୍ଟ୍ରି କରିଛନ୍ତି। ସେ ଇଣ୍ଡୋନେସିଆର ଟୋମି ସୁଗିଆର୍ତ୍ତୋଙ୍କୁ ୨-୧ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍କୁ ସୁଗିଆରଟୋ ୨୧-୧୦ରେ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ଦୁଇଟି ଯାକ ସେଟ୍ରେ କମ୍ବ୍ୟାକ୍ କରି ଶ୍ରୀକାନ୍ତ ୨୧-୯ ଓ ୨୧-୯ରେ ଜିତିବା ସହ କ୍ୱାର୍ଟର ଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ। ଶ୍ରୀକାନ୍ତ ତାଙ୍କ ପରବର୍ତ୍ତୀ ମ୍ୟାଚ୍ରେ ଏସିଆନ୍ ଗେମ୍ସର ରୌପ୍ୟ ପଦକ ବିଜେତା ଚାଇନିଜ୍ ତାଇପେଇର ଚୌଉ ତିଏନ୍ ଚେନ୍ଙ୍କୁ ଭେଟିବେ।
from Odisha Reporter https://ift.tt/2FbAcyU
No comments:
Post a Comment