ରଣଜୀ ମ୍ୟାଚ୍‌: ଶୁଭ୍ରାଂଶୁ ଓ ଅଭିଷେକ ଦେଲେ ଓଡ଼ିଶାକୁ ଦମଦାର ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ରଣଜୀ ମ୍ୟାଚ୍‌: ଶୁଭ୍ରାଂଶୁ ଓ ଅଭିଷେକ ଦେଲେ ଓଡ଼ିଶାକୁ ଦମଦାର ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚମକିଛନ୍ତି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ। ଉଭୟଙ୍କ ଦମଦାର ବ୍ୟାଟିଂ ପାଇଁ ଟିମ୍‌ ଓଡ଼ିଶା ରଣଜୀ ମୁକାବିଲାରେ ତ୍ରିପୁରାକୁ ୫ ୱିକେଟ୍‌ରେ ପରାସ୍ତ କରି ପୂରା ୬ ପଏଣ୍ଟ ହାସଲ କରିଛି।

ଆଜି ଖେଳ ଆରମ୍ଭରୁ ଓଡ଼ିଶାକୁ ଜିତିବାକୁ ୧୦୪ ରନ୍‌ର ଆବଶ୍ୟକ ଥିବା ବେଳେ ଟିମ୍‌ ପାଖରେ ମାତ୍ର ୫ଟି ୱିକେଟ୍‌ ରହିଥିଲା। କିନ୍ତୁ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ବିନା କ୍ଷତିରେ ଦଳକୁ ବିଜୟ କରାଇ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଶୁଭ୍ରାଂଶୁ ୮୪ ଓ ଅଭିଷେକ ୮୩ ରନ୍‌ କରି ଅପରାଜିତ ରହିଥିଲେ।

ରଣଜୀ ଏଲିଟ୍‌ ପର୍ଯ୍ୟାୟରେ ଗ୍ରୁପ୍‌ ସି’ରେ ଥିବା ଓଡ଼ିଶା ତା’ର ପୂର୍ବ ମ୍ୟାଚ୍‌ ଆସାମ ବିପକ୍ଷରେ ମଧ୍ୟ ୯ ୱିକେଟ୍‌ରେ ଜିତିଥିଲା। ତେଣୁ ଚଳିତ ରଣଜୀ ସିଜିନ୍‌ରେ ଦଳର ଏହା ଦ୍ୱିତୀୟ ବିଜୟ। ଏବେ ଓଡ଼ିଶାର ପଏଣ୍ଟ ସଂଖ୍ୟା ୧୩ରେ ପହଞ୍ଚିଛି। ଦଳ ୪ଟି ମ୍ୟାଚ୍‌ରୁ ୨ଟିରେ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ସେହିପରି ଆଉ ଗୋଟିଏ ମ୍ୟାଚ୍‌ ଡ୍ର ହୋଇଥିଲା।

ବୋଲରଙ୍କୁ ସୁହାଉଥିବା ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତ୍ରିପୁରା ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଇନିଂସ୍‌ରେ ସୂର୍ଯ୍ୟକାନ୍ତ ପ୍ରଧାନ ୭ଟି ୱିକେଟ୍‌ ଦଖଲ କରି ତ୍ରିପୁରା ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱଂସ କରିଦେଇଥିଲେ।

ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଲଢ଼ୁଆ ୮୯ ରନ୍ ବଳରେ ୨୧୨ ରନ୍ କରିଥିଲା। ଫଳରେ ଦଳ ପ୍ରଥମ ଇନିଂସରେ ୯୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।

ତେବେ ଦ୍ୱିତୀୟ ଇନିଂସ୍‌ରେ ତ୍ରିପୁରା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଦୁଇ ଟେଲେଣ୍ଡର ମଣିଶଙ୍କର ମୁରାସିଂହ ଓ ହରମିତ୍‌ ସିଂହ ଜବରଦସ୍ତ ବ୍ୟାଟିଂ କରି ଓଡ଼ିଶାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଉଭୟ ୮୪ ରନ୍‌ ଭାଗୀଦାରି କରି ଦଳୀୟ ସ୍କୋରକୁ ୩୦୪ରେ ପହଞ୍ଚାଇ ଦେଇଥିଲେ। ଫଳରେ ଓଡ଼ିଶା ପାଇଁ ଏହି ମ୍ୟାଚ୍‌ଟିକୁ ଜିତିବାକୁ ୨୧୫ ରନ୍‌ର ଟାର୍ଗେଟ ମିଳିଥିଲା।

ତୃତୀୟ ଦିନରେ ଟାର୍ଗେଟ ପାଇଥିବା ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୭୯ ଥିବା ବେଳେ ଦଳ ୫ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇଥିଲା। ତେବେ ଏହିଠାରୁ ଆରମ୍ଭ ହୋଇଥିଲା ଶୁଭ୍ରାଂଶୁ ଓ ଅଭିଷେକଙ୍କ ଜଲୱା। ଉଭୟ ଗତକାଲି ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୧୧ରେ ପହଞ୍ଚାଇଥିଲେ। ଫଳରେ ବିଜୟଠାରୁ ଓଡ଼ିଶା ଶେଷ ଦିନରେ ୧୦୪ ରନ୍‌ ଦୂରରେ ରହିଥିଲା।

ଆଜି ସକାଳୁ ଉଭୟ ବ୍ୟାଟସ୍‌ମ୍ୟାନ୍‌ ବିନା ଚାପରେ ଖେଳିଥିଲେ। ତ୍ରିପୁରାର ବୋଲରମାନେ କ୍ରମାଗତ ଭାବେ ଦୁଇ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ୍‌ କରିବାକୁ ଯେତେ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ନଥିଲା। ଶେଷରେ ଶୁଭ୍ରାଂଶୁ ଓ ଅଭିଷେକ ଶେଷ ପର୍ଯ୍ୟନ୍ତ ନଟଆଉଟ୍‌ ରହି ମଧ୍ୟାହ୍ଣ ବିରତୀ ପୂର୍ବରୁ ଦଳ ପାଇଁ ବିଜୟର ମୁଣ୍ଡି ମାରିଥିଲେ। ମ୍ୟାଚ୍‌ ଶେଷବେଳକୁ ଓଡ଼ିଶା ୫ ୱିକେଟ୍‌ରେ ୨୧୭ ରନ୍‌ କରିଥିଲା।

ତ୍ରିପୁରା ପକ୍ଷରୁ ମଣିଶଙ୍କର ମୁରାସିଂହ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଅଜୟ ସରକାର ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2Rwk2Sx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages