ଏଡସ୍‌କୁ ନାଁ, ଓଡ଼ିଶା ଦୌଡିଲା ଜୀବନ ମୁହାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଏଡସ୍‌କୁ ନାଁ, ଓଡ଼ିଶା ଦୌଡିଲା ଜୀବନ ମୁହାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିବର୍ଷ ପରି ବିଶ୍ୱ ଏଡସ୍‌ ଦିବସ ଅବସରରେ ଓଡ଼ିଶାର ନମ୍ବର ୱାନ୍‌ ନି୍ୟୁଜ୍‌ ଚ୍ୟାନାଲା ଓଟିଭି ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ୍‌। ଓଏସ୍‌ଏପି ୭ମ ବାଟାଲିୟନ୍‌ ପଡିଆରୁ ଆରମ୍ଭ ହୋଇଥିବା ଏହି ମାରାଥନ୍‌ରେ ପ୍ରାୟ ୫ ହଜାର ଜନ ସାଧାରଣ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ବହୁ ସିନେ ସେଲିବ୍ରିଟି ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକେ ଏଥିରେ ଭାଗ ନେଇଥିଲେ।

ଓଟିଭିର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଏମ୍ସ ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳୀ ବି, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଓଡିଶାର ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିନେ ସେଲିବ୍ରିଟିଙ୍କ ମଧ୍ୟରେ ଏଲିନା, ଅନୁ ଚୌଧୁରୀ, ବିଦୁସ୍ମିତା, ତମନ୍ନା, ଶିବାନୀ, ବିଷ୍ଣୁ ମୋହନ କବି ପ୍ରମୁଖ ଉପସ୍ଥିତ ଥିଲେ।

ଏଡସ୍‌କୁ ଭୟ ନୁହେଁ ଏହା ସହ ମୁକାବିଲା କରିବା ଆବଶ୍ୟକ। ଏଣୁ ସଚେତନ ରହିଲେ ଆମେ ସୁସ୍ଥ ରହିବା ବୋଲି ବୋଲି ଅଧିକାଂଶ ମତପୋଷଣ କରିଥିଲେ। ଓଟିଭିର ଏହି ନିଆରା ସଚେତନତା ଅଭିଯାନକୁ ସମସ୍ତେ ପ୍ରଶଂସା କରିଛନ୍ତି।

୨୦୦୯ରେ ଓଟିଭି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହା ଆଜି ୧୦ ବର୍ଷରେ ପହଞ୍ଚିଛି।



from Odisha Reporter https://ift.tt/2zzN7p3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages