ଡ୍ରାଇଭର ଓ ଯାତ୍ରୀଙ୍କ ମଧ୍ୟରେ କଳିର କରୁଣ ପରିଣତି: ନଦୀରେ ପଡ଼ିଗଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଡ୍ରାଇଭର ଓ ଯାତ୍ରୀଙ୍କ ମଧ୍ୟରେ କଳିର କରୁଣ ପରିଣତି: ନଦୀରେ ପଡ଼ିଗଲା ବସ୍‌

bus23

ନୂଆଦିଲ୍ଲୀ: ଚଳନ୍ତି ବସ୍‌ରେ ଡ୍ରାଇଭର ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ପରିଣତି ଯେ କେତେ ଭୟଙ୍କର ହୋଇପାରେ, ତା’ର ଏକ ଉଦାହରଣ ଗତ ରବିବାର ଚୀନ୍‌ରେ ଦେଖିବାକୁ ମିଳିଛି।

ବସ୍‌ଟି ଘଣ୍ଟା ପ୍ରତି ୫୧ କିଲୋମିଟର ବେଗରେ ଚାଲୁଥିବା ବେଳେ ଡ୍ରାଇଭର ଓ ଜଣେ ମହିଳା ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ମାର୍‌ପିଟ୍ ପର୍ଯ୍ୟନ୍ତ ବି ଯାଇଥିଲା। ଆଉ ଏତିକି ବେଳେ ବସ୍ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ଏକ ବ୍ରିଜ୍‌ ତଳୁକୁ ଖସି ନଦୀରେ ପଡ଼ି ଯାଇଥିଲା। ଏହି ଘଟଣାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯାତ୍ରୀ ନିଖୋଜ ଅଛନ୍ତି।

buss3ଡ୍ରାଇଭର ଓ ମହିଳା ଯାତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ା ଓ ବସ୍‌ଟି ବ୍ରିଜ୍‌ ତଳକୁ ପଡୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଛି।

ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ୍ ଏହି ଭିଡିଓଟିକୁ ସୋଶାଲ୍‌ ମିଡିଆରେ ପୋଷ୍ଟ୍ କରିଛି।

କାହିଁକି ହୋଇଥିଲା ଝଗଡ଼ା?
ଉକ୍ତ ମହିଳା ଯାତ୍ରୀ ଏକ ଷ୍ଟପେଜ୍‌ରେ ଓହ୍ଲାଇବାକୁ ଚାହୁଁଥିଲେ। କିନ୍ତୁ ଡ୍ରାଇଭର ଗାଡ଼ି ରଖି ନଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ମାରପିଟ୍‌ ବି ହୋଇଥିଲା।

ସୂଚନାଯୋଗ୍ୟ, ବସ୍‌ରେ ମୋଟ ୧୫ ଜଣ ଯାତ୍ରୀ ଥିଲେ।



from Odisha Reporter https://ift.tt/2Ol152z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages