ନିଖୋଜ ବିଶ୍ୱବିଦ୍ୟାଳୟ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ନିଖୋଜ ବିଶ୍ୱବିଦ୍ୟାଳୟ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ!

terror

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ଜଣେ ନିଖୋଜ ବିଶ୍ୱବିଦ୍ୟାଳୟ ଛାତ୍ର। ଗ୍ରେଟର ନୋଏଡାର ଶାରଦା ବିଶ୍ୱବିଦ୍ୟାଳୟରୁ ନିଖୋଜ ହୋଇଯାଇଥିବା କାଶ୍ମୀରର ଏହି ଛାତ୍ର ଜଣଙ୍କ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ତାଙ୍କ ନାଁ ଅହତେଶାମ୍ ବିଲାଲ୍‌ ସୋଫି।

ଶୁକ୍ରବାର ସୋଶାଲ୍‌ ମିଡିଆରେ ସୋଫିଙ୍କ ସହିତ ଜଡ଼ିତ କିଛି ଫଟୋ ପୋଷ୍ଟ୍ କରାଯାଇ ଏମିତି ଦାବି କରାଯାଇଛି। ସେ ଜମ୍ମୁ ଓ କାଶ୍ମୀର ସୀମାରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଏଥିରେ କୁହାଯାଇଛି।

ସୋଶାଲ୍ ମିଡିଆରେ ପୋଷ୍ଟ୍ କରାଯାଇଥିବା ଫଟୋରେ ସୋଫି କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ସେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଦ୍ୱାରା ପ୍ରଭାବିତ ହୋଇ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ପୋଷ୍ଟ୍‌ରେ ଲେଖାଯାଇଛି।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରାଯାଇଥିବା ଫଟୋର ମଧ୍ୟ ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ, ଶ୍ରୀନଗରର ବାସିନ୍ଦା ଅହତେଶାମ ଶାରଦା ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ଅକ୍ଟୋବର ୨୮ ତାରିଖରୁ ନିଖୋଜ ହୋଇଯାଇଥିଲେ।
ସେ ନିଖୋଜ ହେବା ପରେ ଗ୍ରେଟର ନୋଏଡାରେ ଥିବା ନଲେଜ୍ ପାର୍କ ପୁଲିସ୍ ଷ୍ଟେସନ୍ ସହିତ ଶ୍ରୀନଗର ଖାନୟାର ପୁଲିସ୍ ଷ୍ଟେସନରେ ବି ମାମଲା ରୁଜୁ କରାଯାଇଥିଲା।



from Odisha Reporter https://ift.tt/2RzRLdn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages