
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଜଣେ ଚାଷୀ ଆଜି ସକାଳେ ଜମିକୁ ଧାନ କାଟିବାକୁ ଯାଇଥିଲେ। ତେବେ ସେଠାରେ ସେ ଜଙ୍ଗଲୀ ବାର୍ହାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଚାରି ପାଞ୍ଚୋଟି ବାର୍ହା ତାଙ୍କୁ ଆକ୍ରମଣ କରି ଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ସିଂହମର୍ଦନ ଗାଁରେ। ଗୁରୁତର ଭାବେ ଆହତ ଚାଷୀଙ୍କ ନାଁ ମୋଚିରାମ ବେହେରା।
ତାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2BdNmY9
No comments:
Post a Comment