
ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ବନଖଣ୍ଡ ଡାଲିଯୋଡ଼ା ରେଞ୍ଜ ହଦଳୀବସନ୍ତ ଗାଁରେ ବିଲ ନିକଟରେ ଅସୁସ୍ଥ ହୋଇ ପଡ଼ି ଯାଇଥିବା ଦନ୍ତା ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଛି। ଏସିଏଫ୍ ଶରତ କୁମାର ସାହୁ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ହାତୀଟି ଅସୁସ୍ଥ ହୋଇ ବିଲ ନିକଟରେ ପଡ଼ିଥିବା ନେଇ ଲୋକେ ଗତକାଲି ସକାଳେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ଏକ ଡାକ୍ତରୀଟିମ୍ ଘଟଣାସ୍ଥଳରେ ପହଞ୍ଚି ଦିନ ତମାମ ହାତୀଟିର ଚିକିତ୍ସା କରିଥିଲେ। ହେଲେ ହାତୀଟିକୁ ବଞ୍ଚାଇ ପାରି ନଥିଲେ।
ହାତୀର ପାଟି ସଂକ୍ରମିତ ହୋଇଯାଇଥିଲା। ପାଟିରେ ଘା’ ହୋଇଥିବାରୁ ସେ କିଛି ଦିନ ହେବ ଖାଦ୍ୟ ଖାଇ ପାରୁ ନଥିଲା। ତେଣୁ ତା ଅବସ୍ଥା ଅଧିକ ଗୁରୁତର ହୋଇଯାଇଥିଲା।
from Odisha Reporter https://ift.tt/2KbP137
No comments:
Post a Comment