
କାମାକ୍ଷାନଗର (ରାକେଶ ଦେହୁରୀ): ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ।
ଆଜି ଭୋର ସମୟରେ ଗାଁର ନୃସିଂହ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଅନ୍ୟମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଥିଲା ଯେ ଲୋକେ ସେମାନଙ୍କର ପିନ୍ଧା ବସ୍ତ୍ରକୁ ଛାଡ଼ି ଦେଲେ ଘରୁ ଆଉ କିଛି ସୁରକ୍ଷିତ କାଢ଼ି ପାରିଲେ ନାହିଁ।
ସରକାର ତୁରନ୍ତ ସହାୟତା ଦେବାକୁ କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ଦାବି କରିଛନ୍ତି।
ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

from Odisha Reporter https://ift.tt/2F7H7sE
No comments:
Post a Comment