
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳିରେ ବାଣ ଦେବାନେବାକୁ ନେଇ ଭୁବନେଶ୍ୱର ସ୍ଥିତ ବିଜେବି ନଗର ମହିଷାଖାଲରେ ଛୁରାମାଡ଼ ହୋଇଛି। ଏଥିରେ ଅଶୋକ ବେହୁରା ନାମକ ଯୁବକ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଅର୍ଜୁନ ବେହେରା ନାମକ ଯୁବକଙ୍କୁ ବଡ଼ଗଡ଼ ଥାନା ପୁଲିସ୍ ଅଟକ ରଖିଛି।
ଅର୍ଜନ ଅଶୋକଙ୍କୁ ବାଣ ମାଗିଥିଲେ। ହେଲେ ଅଶୋକ ମନା କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅର୍ଜୁନ ଉତ୍ତ୍ୟକ୍ତ ହୋଇ ଅଶୋକକୁ ଛୁରାମାଡ଼ କରିଥିଲା।
from Odisha Reporter https://ift.tt/2QsZwBq
No comments:
Post a Comment