୩୦ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

୩୦ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ

chilika

ଖୋର୍ଦ୍ଧା (ବଳରାମ ଲେଙ୍କା): ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ଜାରି ରହିଛି ଅବାଧ ପକ୍ଷୀ ଶିକାର। ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ଶିକାର ହୋଇଥିବା ୩୦ଟି ବିଦେଶାଗତ ପକ୍ଷୀର ମୃତଦେହ ଉଦ୍ଧାର କରାଯାଇଛି।

ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗରଫ ଅଭିଯୁକ୍ତମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଏବଂ ଅଭିମାନପୁରର ଗୋପୀନାଥ ପରିଡ଼ା।

ଚିଲିକା କୂଳର ଶିକାରୀମାନେ ପକ୍ଷୀ ଶିକାର କରୁଥିବା ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ସେହି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୩୦ଟି ବିଦେଶାଗତ ପକ୍ଷୀର ମୃତଦେହ ଉଦ୍ଧାର କରାଯିବା ସହ ଗୋଟିଏ ବାଇକ୍‌ ଜବତ କରାଯାଇଛି।



from Odisha Reporter https://ift.tt/2qGr62V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages