ଦିନବେଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ଦୁଇ ହଜାର ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଦିନବେଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ଦୁଇ ହଜାର ଟଙ୍କା ଫାଇନ୍‌

wear_nightie

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଥିବା ଟୋକଲପଲ୍ଲୀ ଏକ ଗାଁରେ ଅଜବ ଗଜବ ନିୟମ ଲାଗୁ କରାଯାଇଛି। ଏଠାରେ କୌଣସି ମହିଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ୨୦୦୦ ଟଙ୍କା ଜରିମାନା ଦେବେ। ଗାଁର ବୟୋଜେଷ୍ଠମାନେ ଏହି ନିଷ୍ପତ୍ତି ନେଇଛନ୍ତି।

କେବଳ ଜରିମାନା ନୁହେଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। କୌଣସି ମହିଳା ଦିନରେ ନାଇଟ୍‌ ଗାଉନ୍ ପିନ୍ଧିଥିବା ସମ୍ପର୍କରେ ଯିଏ ସୂଚନା ଦେବ ତାକୁ ୧୦୦୦ ଟଙ୍କା ପୁରସ୍କାର ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି।

ଏପରି ଅଜବ ନିୟମ ପଛରେ କାରଣ କ’ଣ ଥାଇପାରେ ବୋଲି ଭାବୁଥିବେ। ଜରିମାନାରୁ ଅଦାୟ ଅର୍ଥ ଅନ୍ୟ କିଛି ନୁହେଁ ବରଂ ଗାଁର ବିକାଶ କାମରେ ଲାଗିବ।

ସୂଚନାଯୋଗ୍ୟ, ଗାଁରେ ପ୍ରାୟ ୧୧ ହଜାର ପରିବାରରେ ୩୦ ହଜାର ଲୋକ ବସବାସ କରୁଛନ୍ତି। ଗାଁର ସମସ୍ତ ମହିଳାଙ୍କ ସହମତିରେ ଏହି ନିୟମ ଲାଗୁ କରାଯାଇଛି। ନିୟମ ଲାଗୁ ହେବା ପରେ ମହିଳାମାନେ ସତର୍କ ହୋଇଯାଇଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମହିଳା ଜରିମାନା ଦେଇ ନଥିବା ଜଣାପଡ଼ିଛି। ହେଲେ କିଛି କିଛି ଲୋକ ଏପରି କଥା ମିଛ ବୋଲି କହିଛନ୍ତି।

 



from Odisha Reporter https://ift.tt/2JUbVMi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages