ସବୁ ଦେଖି ଅନ୍ଧ ଧୃତରାଷ୍ଟ୍ର ପାଲଟିଛନ୍ତି ରାଜ୍ୟ ମୁଖିଆ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ସବୁ ଦେଖି ଅନ୍ଧ ଧୃତରାଷ୍ଟ୍ର ପାଲଟିଛନ୍ତି ରାଜ୍ୟ ମୁଖିଆ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଦଳର କର୍ମୀଠୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ‘ମହିଳାଙ୍କୁ ସମ୍ମାନ’ ସମ୍ପର୍କରେ ଲମ୍ବାଚଉଡ଼ା ଭାଷଣ ଦେଉଥିବାବେଳେ ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ୁଛି। ଆଉ ଏସବୁ ଦେଖି ଅନ୍ଧ ଧୃତରାଷ୍ଟ୍ରଙ୍କ ଭଳି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ କାହିଁକି ଚୁପ୍ ହୋଇବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ପୋଲସରା ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ହୋଇଥିବାରୁ ତଥା ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ନୈତିକତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିବା ସହ ୨୪ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହା ସହିତ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଆସନ୍ତାକାଲି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ପିସିସି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ବିଜୟଲକ୍ଷ୍ମୀ ସ।ହୁ କହିଛନ୍ତି,”ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ପୋଲସରାରେ ୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଭଳି ଦୁଃଖଦ ଓ ନିନ୍ଦନୀୟ ଘଟଣା ଓଡ଼ିଶା ପାଇଁ ଲଜ୍ଜା। କାଲିର ଏହି ଗଣଦୁଷ୍କର୍ମ ଘଟଣା ପୁଣିଥରେ କୁନ୍ଦୁଲି ଘଟଣାକୁ ମନେ ପକାଇ ଦେଇଛି। କୁନ୍ଦୁଲି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଓଡ଼ିଶା ପୁଲିସର ବିଫଳତା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି।

“ସରକାରଙ୍କ ଏଭଳି ଉଦାସୀନ ମନୋଭାବ ଯୋଗୁ ଓଡ଼ିଶା ଏବେ ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ପାଲଟିଛି। ପୋଲସରାରେ ନାବାଳିକା ଦୁଷ୍କର୍ମ ଘଟଣାକୁ ୪୮ଘଂଟା ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି, ସରକାର ନିରବ ଓ ପ୍ରଶାସନ ମୁହଁରେ ତୁଣ୍ଡିବାନ୍ଧି ବସିଛି। ଏପଟେ ମହିଳା ସୁରକ୍ଷା ଯାତ୍ରା, ମହିଳା ସମାବେଶ ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ନିଜର ଆତ୍ମପ୍ରଚାରରେ ବ୍ୟସ୍ତ ରହିଛି” ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ହୋଇଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଅପରାଧୀକୁ ଧରିବା ପାଇଁ ୨୪ ଘଣ୍ଟାର ମହଲତ କଂଗ୍ରେସ ଦେଇଛି। ଯଦି ଅପରାଧୀ ଗିରଫ ନ ହୁଅନ୍ତି, ତା’ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେବାସହ ପୀଡ଼ିତାକୁ ତୁରନ୍ତ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଦଳ ଦାବି କରିଛି। ପିସିସି ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଗସ୍ତ କରିବା ସହ ପୀଡ଼ିତାଙ୍କୁ ଭେଟି ନିଜର ରିପୋର୍ଟ ପିସିସି ସଭାପତିଙ୍କୁ ପ୍ରଦାନ କରିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସୋନାଲି ସାହୁ, ଜୟଶ୍ରୀ ପଟ୍ଟନାୟକ ଓ ସ୍ୱାଧୀନବାଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2QdMzLS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages