
ଦୁବାଇ: କ୍ରିକେଟ୍ରେ ହାର ଜିତ୍ ଲାଗି ରହିଛି। ତେବେ ମ୍ୟାଚ୍ ହାରିବା ପରେ ସର୍ବସମ୍ମୁଖରେ ପରାଜିତ ଦଳର ଅଧିନାୟକ କାନ୍ଦିବା ଖୁବ୍ କମ୍ ଦେଖାଯାଏ। ଏଭଳି ଏକ ଘଟଣା ମହିଳା ଟି-୨୦ ବିଶ୍ୱକପ୍ରେ ଦେଖିବାକୁ ମିଳିଛି। ପାକିସ୍ତାନ ମହିଳା ଟିମ୍ଠାରୁ ହାରିବା ପରେ ଆର୍ୟଲ୍ୟାଣ୍ଡର ଅଧିନାୟକ ଲରା ଡେଲାନି କ୍ୟାମେରା ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୩୯ ରନ୍ କରିଥିବା ବେଳେ ଆୟର୍ଲ୍ୟାଣ୍ଡ ମାତ୍ର ୧୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା।
ପାକିସ୍ତାନ ସ୍ୱଳ୍ପ ରନ୍ କରିଥିଲେ ହେଁ ଆୟର୍ଲ୍ୟାଣ୍ଡଦଳ ୪୦ ରନ୍ରେ ପରାସ୍ତ ହୋଇଥିଲା। ଏଥିପାଇଁ ଲରା ନିଜର ହତାଶା ଭାବ ପ୍ରକାଶ କରିବା ସହ ପ୍ରଫେସନାଲ୍ ଖେଳାଳିମାନେ କ’ଣ ଏତେ ରନ୍ରେ ପରାସ୍ତ ହୁଅନ୍ତି ବୋଲି କହିଛନ୍ତି। ପାକିସ୍ତାନ ଆଉ କେତେ କମ୍ ରନ୍ କରିଥାଆନ୍ତା ଯେ ଆମେ ମ୍ୟାଚ୍ ଜିତିଥାଆନ୍ତୁ? ଏତିକି କହି ସେ ଭାବପ୍ରବଣ ହେବା ସହ କାନ୍ଦି ପକାଇଥିଲେ।
ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଦେଖନ୍ତୁ ଭିଡିଓ
"If we were professional I wonder what the score would have been out there."@IrishWomensCric's captain Laura Delany was understandably quite emotional after her team's loss to Pakistan.
Watch👇 pic.twitter.com/25tjIeMMOR
— ICC World Twenty20 (@WorldT20) November 14, 2018
from Odisha Reporter https://ift.tt/2DlYkw0
No comments:
Post a Comment