କ୍ରିକେଟ୍‌ରେ ପ୍ରଥମ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କଲେ ମହିଳା ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

କ୍ରିକେଟ୍‌ରେ ପ୍ରଥମ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କଲେ ମହିଳା ଦମ୍ପତି

ଗୁଏନା: କ୍ରିକେଟ୍‌ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ କୌଣସି ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପତି ପତ୍ନୀ ଏକାଠି ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି। ଖାଲି ବ୍ୟାଟିଂ କରି ନାହାନ୍ତି ବରଂ ଦଳକୁ କୁ ଜିତାଇଛନ୍ତି।

ଆପଣ ଏବେ ଭାବୁଥିବେ ଏଭଳି କେମିତି ଘଟିଲା। ହଁ, ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ସମୟରେ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଏଭଳି ରେକର୍ଡ କରିଛନ୍ତି।

ଦକ୍ଷିଣ ଆଫ୍ରିକାରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିଛି। ଫଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳର ଅଧିନାୟକ ଡାନେ ଭାନ ନିଇକେର୍କ ତାଙ୍କ ଜୀବନ ସାଥୀ ଭାବେ ମାରିଜାନେ କାପ୍ପାଙ୍କୁ ବାଛିଛନ୍ତି। ଉଭୟ କ୍ରିକେଟ୍‌ ଖେଳିବା ବେଳେ ପରସ୍ପରକୁ ଭଲ ପାଇବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏବେ ଉଭୟ ବିଶ୍ୱକପ୍‌ ଦଳରେ ମଧ୍ୟ ସାମିଲ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଉଭୟ ଏକାଠି ବ୍ୟାଟିଂ କରିବା ସହ ୬୭ ରନ୍‌ର ଭାଗୀଦାରି କରିଥିଲେ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯୯ ରନ୍‌ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୬ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିଲା। ଏହାପରେ ଅଲରାଉଣ୍ଡର କାପ୍ପା ତାଙ୍କ ପତ୍ନୀ ଡାନେଙ୍କ ସହ ମିଶି ଦଳୀୟ ସ୍ଥିତିକୁ ସୁଧାରି ଥିଲେ।

କାପ୍ପା ୩୮ ରନ୍‌ କରି ଆଉଟ୍‌ ହୋଇଥିଲେ ହେଁ ତାଙ୍କ ପତ୍ନୀ ଡାନେ ଶେଷ ପର୍ଯ୍ୟନ୍ତ ଅପରାଜିତ ୩୩ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ। ଏହି ଦମ୍ପତି ବୋଲିଂରେ ମଧ୍ୟ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଏହା ଉଭୟଙ୍କ କ୍ୟାରିୟର୍‌ର ୫୦ ତମ ୱିକେଟ୍‌।

କାପ୍ପା ଓ ଡାନେ ଚଳିତ ବର୍ଷ ଜୁନ୍‌ ମାସରେ ବିବାହ କରିଥିଲେ। କ୍ରିକେଟ୍‌ରେ ଏପରି ସମଲିଙ୍ଗୀ ବିବାହର ଦ୍ୱିତୀୟ ଘଟଣା। ପୂର୍ବରୁ ୨ ଜଣ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍‌ ଏଭଳି ବିରଳ ବିବାହ କରି ଥିଲେ। ଡାନଙ୍କ ବୟସ ୨୫ ହୋଇଥିବା ବେଳେ କାପ୍ପାଙ୍କ ବୟସ ୨୮। ଉଭୟ ୨୦୦୯ ବିଶ୍ୱକପ୍‌ରେ ଡେବ୍ୟୁ କରିଥିଲେ।



from Odisha Reporter https://ift.tt/2qJvAWB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages