ମଧ୍ୟପ୍ରଦେଶ:କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଗେରୁଆ ମହକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମଧ୍ୟପ୍ରଦେଶ:କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଗେରୁଆ ମହକ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାପାଇଁ କଂଗ୍ରେସ ପକ୍ଷରୁ ଗେରୁଆ ମହକ ସହିତ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ପୂର୍ବରୁ ଧର୍ମନିରପେକ୍ଷତାକୁ ଆଧାର କରି ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ବିଜେପିର ଏଜେଣ୍ଡାକୁ ଟାର୍ଗେଟ୍‌ କରି ଇସ୍ତାହାର ପ୍ରସ୍ତୁତ କରିଥିବା ସ୍ପଷ୍ଟ ହେବାରେ ଲାଗିଛି। ଏହି କ୍ରମରେ ଆଜି ଘୋଷିତ ଇସ୍ତାହାରରେ ‘ଗୋଶାଳା’ର ପ୍ରତିଶ୍ରୁତି ଦିଆଯିବା ସହିତ ସ୍ୱଦେଶୀ ଉତ୍ପାଦକୁ ସମର୍ଥନ ଜଣାଇ ‘ମେଡ୍‌ ଇନ୍‌ ମଧ୍ୟପ୍ରଦେଶ’କୁ ପ୍ରୋତ୍ସାହନ ଦିଆଯିବ ବୋଲି କୁହାଯାଇଛି।

୧୧୨ ପୃଷ୍ଠା ସମ୍ବଳିତ ଏହି ଇସ୍ତାହାରରେ ୧ ଲକ୍ଷ ଯୁବକଙ୍କୁ ଆଇଟି କ୍ଷେତ୍ରରେ ନିଯୁକ୍ତି, କୃଷକଙ୍କ ବିଦ୍ୟୁତ୍‌ ଦେୟରେ ରିହାତି, ଗୃହହୀନଙ୍କୁ ୨.୫ ଲକ୍ଷ ସହାୟତା ଆଦି ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଦିଗ୍‌ବିଜୟ ସିଂହ ଉପସ୍ଥିତ ଥିଲେ।

କୃଷକଙ୍କ ବିଦ୍ୟୁତ ଦେୟ ରିହାତି ବାବଦରେ କମଲ କହିଛନ୍ତି, “ଆମେ କୃଷକଙ୍କ ବିଦ୍ୟୁତ ଦେୟରେ ୫୦ ପ୍ରତିଶତ ରିହାତି ଦେବୁ। ଡିଜେଲ ଏବଂ ପେଟ୍ରୋଲର ଦର କମାଇବୁ। ଏତଦ୍‌ବ୍ୟତୀତ ପ୍ରତି ପଞ୍ଚାୟତରେ ଗୋଶାଳା ଖୋଲିବୁ।” ଏହି ଇସ୍ତାହାରରେ ୨୫ ବର୍ଷରୁ ଅଧିକ କାମ କରିଥିବା ସାମ୍ବାଦିକଙ୍କୁ ୬୦ ବର୍ଷ ପରେ ୧୦ ହଜାର ଲେଖାଏ ପେନ୍‌ସନ୍‌ ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶରେ ନିର୍ବାଚନ ହେବ ଏବଂ ଡିସେମ୍ବର୧୧ରେ ଭୋଟ ଗଣତି କରାଯିବ। ବିଜେପି ୨୦୦୩ରୁ ମଧ୍ୟପ୍ରଦେଶରେ କ୍ଷମତାରେ ଅଛି।



from Odisha Reporter https://ift.tt/2JZoNkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages