ଶରୀରର ଅକ୍ସିଜେନ୍‌ ମାତ୍ରା ଜଣାଇବ ସେନ୍‌ସର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଶରୀରର ଅକ୍ସିଜେନ୍‌ ମାତ୍ରା ଜଣାଇବ ସେନ୍‌ସର୍‌

ନୂଆଦିଲ୍ଲୀ: ଆପଣଙ୍କ ଶରୀରର ରକ୍ତରେ ଅକ୍ସିଜେନ୍‌ର ମାତ୍ରା କେତେ ଅଛି,ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ ଏକ ସେନ୍‌ସର୍‌ ମାଧ୍ୟମରେ ଆପଣ ଏହାକୁ ସହଜରେ ଜାଣିପାରିବେ। ଖବରଟି ପଢ଼ିବା ପରେ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। କିନ୍ତୁ ଏହା ସତ।
ଆମେରିକାର ଇଞ୍ଜିନିୟର୍‌ମାନେ ଏପରି ଏକ ସେନ୍‌ସର୍‌କୁ ତିଆରି କରିଛନ୍ତି। ଯାହା ସାହାଯ୍ୟରେ ଆପଣ ଶରୀରରେ ଥିବା ଅକ୍ସିଜେନ୍‌ ସ୍ତର ଜାଣିପାରିବେ। ଏହା କମ୍‌ ସମୟ ମଧ୍ୟରେ ଅକ୍ସିଜେନ୍‌କୁ ମାପି ଆପଣଙ୍କୁ କହିଦେବ। ଖାଲି ସେତିକି ନୁହଁ ଏହାର ଆଉ ଏକ ବିଶେଷତ୍ୱ ରହିଛି। ତାହା ହେଉଛି ଖୁବ୍‌ କମ୍‌ ସମୟ ମଧ୍ୟରେ ଆପଣଙ୍କ ଶରୀରର ଖଣ୍ଡିଆ ସ୍ଥାନକୁ ମଧ୍ୟ ଠିକ୍‌ କରିବ।
ଏହି ସେନ୍‌ସର୍‌ ଶରୀରର ଏକ ବଡ଼ ଅଂଶ ବା ଟିସୁ ବା ଅଙ୍ଗରେ ଲଗାଇବା ପରେଏହା ଆପଣଙ୍କ ଅକ୍ସିଜେନ୍‌ର ପରିମାଣକୁ ମାପି ପାରିବ।
ସେହିପରି ସଠିକ୍‌ ପରିମାଣର ରକ୍ତ ସଂଞ୍ଚାଳନ ନ ହେଲେ ଶରୀରର ଖଣ୍ଡିଆ ସ୍ଥାନ ଶୁଖି ନ ଥାଏ। କିନ୍ତୁ ଏହି ସେନ୍‌ସର୍‌ ସାହାଯ୍ୟରେ ଖଣ୍ଡିଆ ସ୍ଥାନ ଶୁଖାଇବା ସହଜ ହୋଇପାରିବ ବୋଲି ଡାକ୍ତରମାନେ ଦାବି କରିଛନ୍ତି।
ଏହି ସେନ୍‌ସର୍‌କୁ ଅର୍‌ଗାନିକ୍‌ ଇଲେଟ୍ରୋନିକ୍‌ ପ୍ଲାଷ୍ଟିକ୍‌ ଦ୍ୱାରା ତିଆରି କରାଯାଇଛି। ଏହି ପ୍ଲାଷ୍ଟିକ୍‌ଟି ନମନୀୟ ହୋଇଥିବରୁ ଶରୀରର ଯେ, କୌଣସି ସ୍ଥାନରେ ଏହାକୁ ଖଞ୍ଜା ଯାଇପାରିବ।
ଗବେଷକଙ୍କ କହିବା ଅନୁଯାୟୀ ଏହି ସେନ୍‌ସର୍‌ ଶରୀରର ଅଙ୍ଗରେ ଥିବା ଅକ୍ସିଜେନ୍‌ର ମାତ୍ରାକୁ ମାପିବା ସହିତ ଟ୍ରାନ୍ସପ୍ଲାଣ୍ଟ୍‌ ଅଙ୍ଗରେ ଥିବା ଅକ୍ସିଜେନ୍‌ ମାପିବାରେ ମଧ୍ୟ ସକ୍ଷମ ହୋଇପାରିବ।
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଆନା କ୍ଲାଉଡିଆଙ୍କ ମତରେ, ମେଡିକାଲ୍‌ର ସମସ୍ତ ଚିକିତ୍ସା ପଦ୍ଧତିରେ ଏହି ସେନ୍‌ସର୍‌କୁ ରୋଗୀ ଶରୀରରେ ବ୍ୟବହାର କରାଯାଇପାରିବ। ଏଥିପାଇଁ ଚିକିତ୍ସା କରିବା ସହଜ ମଧ୍ୟ ହୋଇପାରିବ।
ଯେଉଁ ରୋଗୀମାନେ ଡାଇବେଟିସ୍‌ ଓ ଶ୍ୱାସ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ଏହି ସେନ୍‌ସର୍‌କୁ ବ୍ୟବହାର କରିପାରିବେ।
ଏହା ଯୋଗୁ ସେମାନେ ୨୪x୭ ପର୍ଯ୍ୟନ୍ତ ରକ୍ତରେ ଅକ୍ସିଜେନ୍‌ର ମାତ୍ରା ବିଷୟରେ ଅଗବତ ହୋଇପାରିବେ।
ଏହି ସେନ୍‌ସର୍‌ର ନାମ ହେଉଛି, Existing oximeters। ଏଥିରେ ଲାଲ୍‌ ରଙ୍ଗର ଏଲ୍‌ଇଡି ଲାଇଟ୍‌କୁ ବ୍ୟବହାର କରାଯାଇଛି। ଏହି ଏଲ୍‌ଇଡି ଲାଇଟ୍‌ର ଗୋଟିଏ ଛୋଟ ବିନ୍ଦୁ କାନ କିମ୍ୱା ଆଙ୍ଗୁଳିରେ ପକାଇବା ପରେ ଅକ୍ସିଜେନ୍‌ର ସ୍ତରକୁ ଜାଣିହେବ।ଏହି ସେନ୍‌ସର୍‌ ସମ୍ୱନ୍ଧିତ ସମସ୍ତ ତଥ୍ୟ PNAS ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।



from Odisha Reporter https://ift.tt/2QycDkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages