ରଣଜୀ ମ୍ୟାଚ୍‌: ଆସାମ ୧୨୧ ଅଲ୍ ଆଉଟ୍; ଓଡ଼ିଶା ୮୩/୩, ରାଜେଶ ମହାନ୍ତିଙ୍କୁ ୫ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ରଣଜୀ ମ୍ୟାଚ୍‌: ଆସାମ ୧୨୧ ଅଲ୍ ଆଉଟ୍; ଓଡ଼ିଶା ୮୩/୩, ରାଜେଶ ମହାନ୍ତିଙ୍କୁ ୫ ୱିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜେଶ ମହାନ୍ତିଙ୍କ ଘାତକ ବୋଲିଂକୁ ଆଧାର କରି ଟିମ୍‌ ଓଡ଼ିଶା ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଦୃଢ଼ ସ୍ଥିତିରେ ପହଞ୍ଚିଛି। ରଣଜୀ ଟ୍ରଫି ଏଲିଟ୍‌ ପର୍ଯ୍ୟାୟର ଗ୍ରୁପ ‘ସି’ରେ ଥିବା ଓଡ଼ିଶା ଓ ଆସାମ ମଧ୍ୟରେ ଆଜିଠାରୁ ଗୁଆହାଟୀ ସ୍ଥିତ ବାର୍ସପୁରା ଷ୍ଟାଡିୟମରେ ମ୍ୟାଚ୍‌ ଆରମ୍ଭ ହୋଇଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଟିମ୍‌ ଓଡ଼ିଶା ଆରମ୍ଭରୁ ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ଆସାମ ଉପରେ ଚାପ ସୃଷ୍ଟି କରିଥିଲା।

ବିଶେଷ କରି ଦ୍ରୁତ ବୋଲର ରାଜେଶ ମହାନ୍ତି ନିଜର ଚମକ ଦେଖାଇଥିଲେ। ସେ ଆରମ୍ଭରୁ ଦୁଇ ଓପନର୍‌ ରିଷଭ ଦାସ ଓ ପରଭେଜ ଅଜିଜଙ୍କୁ ୧୮ ରନ୍‌ ଭିତରେ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ରାଜେଶ ମହାନ୍ତିଙ୍କ ଆଗରେ କୌଣସି ବ୍ୟାଟସ୍‌ମ୍ୟାନ୍‌ ତିଷ୍ଠି ପାରି ନଥିଲେ। ତାଙ୍କୁ ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି ଓ ଧୀରଜ ସିଂହ ଭରପୂର ସହଯୋଗ କରିଥିଲେ। ଆସାମ ଦଳ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୫୧.୧ ଓଭର୍‌ରେ ୧୨୧ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ରଣଜିତ ମାଳି ସର୍ବାଧିକ ୨୮ ରନ୍‌ କରିଥିବା ବେଳେ ରିୟାନ ପରାଗ ୨୪ ରନ୍‌ କରିଥିଲେ।

ରାଜେଶ ମହାନ୍ତି ୫ଟି ୱିକେଟ୍‌ ନେଇଥିବା ବେଳେ ଦେବବ୍ରତ ପ୍ରଧାନ ୨ଟି ଏବଂ ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି ଓ ଧୀରଜ ସିଂହ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ

ଆସାମର ୧୨୧ ରନ୍‌ର ଜବାବରେ ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧୬ ଥିବା ବେଳେ ଓପନର୍‌ ରାଜେଶ ଧୂପର ମାତ୍ର ୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଗୋବିନ୍ଦ ପୋଦ୍ଦାର ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ଉଭୟଙ୍କୁ ମୁକ୍ତାର ହୁସେନ୍‌ ଆଉଟ୍‌ କରିଥିଲେ। ତୃତୀୟ ୱିକେଟ୍‌ ପାଇଁ ଅନ୍ୟତମ ଓପନର୍‌ ଅନୁରାଙ୍ଗ ଷଡ଼ଙ୍ଗୀ ଓ ଶୁଭ୍ରାଂଶୁ ସେନାପତି କିଛି ସମୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୪୩ ଥିବା ବେଳେ ଶୁଭ୍ରାଂଶୁ ୧୦ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

୪୩ ରନ୍‌ରେ ୩ ୱିକେଟ୍‌ ହରାଇଥିବା ଓଡ଼ିଶା ପାଇଁ ଅନୁରାଗ ଷଡ଼ଙ୍ଗୀ ପୁଣିଥରେ ସଙ୍କଟ ମୋଚନକାରୀ ସାଜିଥିଲେ। ତାଙ୍କୁ ଅନ୍ୟପଟେ ଅଧିନାୟକ ବିପ୍ଳବ ସାମନ୍ତରାୟ ଭରପୂର ସହଯୋଗ କରିଥିଲେ। ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୩ ୱିକେଟ୍‌ ହରାଇ ୮୩ ରନ୍‌ କରିଛି। ଅନୁରାଗ ୬୧ ରନ୍‌ କରିଥିବା ବେଳେ ବିପ୍ଳବ ୭ ରନ୍‌ କରି ଅପରାଜିତ ରହିଛନ୍ତି। ଏବେ ଓଡ଼ିଶା ଆସାମର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୩୫ ରନ୍‌ ପଛରେ ରହିଛି।



from Odisha Reporter https://ift.tt/2Qbqil8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages