ବିମାନରେ ଯାତ୍ରୀଙ୍କ ପ୍ରାଣ ରକ୍ଷା କଲେ ଓଡ଼ିଆ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବିମାନରେ ଯାତ୍ରୀଙ୍କ ପ୍ରାଣ ରକ୍ଷା କଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବେଙ୍ଗାଲୁରୁରୁ ଲକ୍ଷ୍ନୌ ବିମାନରେ ଯାତ୍ରା କରୁଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ଚେତା ହରାଇଥିବା ଜଣେ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା କରି ତାଙ୍କ ପ୍ରାଣ ରକ୍ଷା କରିଛନ୍ତି ଜଣେ ଓଡ଼ିଆ ଡାକ୍ତର।

ଏହି ଡାକ୍ତର ଜଣଙ୍କ ହେଉଛନ୍ତି ସମ୍‌ ହସ୍ପିଟାଲ୍‌ର ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର୍ ପ୍ରକାଶ କୁମାର ସାହୁ। ଡାକ୍ତର ସାହୁ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାତ୍ରା କରୁଥିବାବେଳେ ବିମାନ ଭିତରେ ଏଭଳି ଜରୁରୀକାଳୀନ ସ୍ଥିତି ଉପୁଜିଥିଲା।

ପତ୍ନୀଙ୍କ ସହ ଏହି ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କ ବ୍ୟକ୍ତି ସ୍ୟାଣ୍ଡ୍‌ୱିଚ୍‌ ଖାଉଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବା ସହ ଚେତା ହରାଇ ବସିଥିଲେ। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଦେଖି ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ କାନ୍ଦି କାନ୍ଦି ବିମାନରେ ଥିବା ଅନ୍ୟମାନଙ୍କ ସହାୟତା ଲୋଡ଼ିଥିଲେ। ଏଭଳି ସ୍ଥିତିରେ ପ୍ରଫେସର୍ ସାହୁ ତୁରନ୍ତ ସେହି ଅସୁସ୍ଥ ଯାତ୍ରୀଙ୍କ ପାଖକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ।

ବିମାନରେ ସଂପୃକ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ସହ କାର୍ଡିଓ ପଲ୍‌ମୋନାରୀ ରେସୁସ୍‌ସିଟେସନ୍‌ର ସହାୟତା ନିଆଯାଇଥିଲା। ଏପରିକି ଅସୁସ୍ଥଙ୍କୁ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା।

ତୁରନ୍ତ ଚିକିତ୍ସା ପାଇବା ପରେ ସଂପୃକ୍ତ ଯାତ୍ରୀ ବିମାନରେ ହିଁ ସୁସ୍ଥ ହୋଇଥିଲେ। ଏହା ପରେ ଯାତ୍ରୀଙ୍କ ପତ୍ନୀ, ବିମାନ ପରିଚାରିକା ଓ ଅନ୍ୟ ଯାତ୍ରୀମାନେ ମଧ୍ୟ ଆଶ୍ୱସ୍ତ ହୋଇଥିଲେ।

ପରେ ଯାତ୍ରୀଙ୍କ ପରିବାରବର୍ଗ ପ୍ରଫେସର୍ ସାହୁଙ୍କ ଏହି ସହାୟତା ଓ ଚିକିତ୍ସା ପାଇଁ ତାଙ୍କୁ ଏକ ପତ୍ର ଜରିଆରେ ଧନ୍ୟବାଦ ଜଣାଇଛନ୍ତି।

 



from Odisha Reporter https://ift.tt/2DxabHO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages