ଟ୍ରମ୍ପକୁ ଅଖାଡ଼ୁଆ ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ହ୍ୱାଇଟ୍‌ ହାଉସ୍‌ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଟ୍ରମ୍ପକୁ ଅଖାଡ଼ୁଆ ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ହ୍ୱାଇଟ୍‌ ହାଉସ୍‌ ପ୍ରବେଶ ମନା

ୱାଶିଂଟନ୍‌: ଏକ ସାମ୍ବାଦିକ ସମ୍ମିଳନୀରେ ସିଏନ୍‌ଏନ୍‌ର ରିପୋର୍ଟର ଜିମ୍‌ ଆସକୋଷ୍ଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିବାରୁ ତାଙ୍କ ଠାରୁ ମାଇକ୍‌ ଛଡ଼ାଇ ନିଆଯିବା ସହ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ହ୍ୱାଇଟ୍‌ ହାଉସ୍‌ ପ୍ରବେଶ ଅଧିକାରକୁ ସସ୍ପେଣ୍ଡ କରାଯାଇଛି। ଅର୍ଥାତ ସେ ଏବେ ହ୍ୱାଇଟ୍‌ ହାଉସ୍‌ରେ ପ୍ରବେଶ କରିପାରିବେ ନାହିଁ।

ତେବେ ଜିମ୍‌ଙ୍କୁ ନିଲମ୍ବନ କରିବା ପଛରେ ହ୍ୱାଇଟ୍‌ ହାଉସ୍‌ ଆଉ କାରଣ ଦର୍ଶାଇଛି। ଜିମ୍‌ ତାଙ୍କଠାରୁ ମାଇକ୍‌ ନେବାକୁ ଚାହୁଁଥିବା ଜଣେ ମହିଳା କର୍ମଚାରୀ ଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ ଜୁଲାଇ ମାସରେ ମଧ୍ୟ ଟ୍ରମ୍ପ ପ୍ରଶାସନ ଆଉ ଜଣେ ସିଏନ୍‌ଏନ୍‌ ରିପୋର୍ଟରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାରୁ ବାରଣ କରିଥିଲା।

୯୦ ମିନିଟ୍‌ ଧରି ଟ୍ରମ୍ପ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଏହି ସମୟରେ ଜିମ ଶରଣାର୍ଥୀ ପ୍ରସଙ୍ଗରେ ଟ୍ରମ୍ପ ନେଉଥିବା ବିବାଦୀୟ ନିଷ୍ପତ୍ତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଟ୍ରମ୍ପ ଏବଂ ଜିମ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ଜଣେ ମହିଳା ହ୍ୱାଇଟ୍‌ ହାଉସ୍‌ କର୍ମଚାରୀ ଜିମଙ୍କ ଠାରୁ ମାଇକ୍‌ ନେଇଯିବାକୁ ଚେଷ୍ଟା କରିଥିଲେ। ତେବେ ଜିମ୍‌ ମହିଳା ଜଣଙ୍କ ବାହୁ ଧରି ଅଟକାଇବା ସହ ନିଜ କଥା କହି ଚାଲିଥିଲେ।

ତେବେ ଏହାକୁ ଆଧାର କରି ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜିମ୍‌ଙ୍କୁ ନିଲମ୍ବନ କରାଯାଇଛି। ବାସ୍ତବରେ ପ୍ରଶ୍ନ ପଚାରିବା ଯୋଗୁ ଟ୍ରମ୍ପ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜିମ କହିଛନ୍ତି।

ମହିଳା ଜଣଙ୍କ ମାଇକ୍‌ ଛଡ଼ାଇବା ବେଳେର ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି।

ଦେଖନ୍ତୁ ସେହି ଭିଡିଓ



from Odisha Reporter https://ift.tt/2qAxgll

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages