ବୈଠକ ବିଫଳ, ଶ୍ରିମକ ସଂଘ ସହ ପୁଣି ଥରେ ଆଲୋଚନା କରିବ ଇମ୍ଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବୈଠକ ବିଫଳ, ଶ୍ରିମକ ସଂଘ ସହ ପୁଣି ଥରେ ଆଲୋଚନା କରିବ ଇମ୍ଫା

ଯାଜପୁର(ଓଡ଼ିଶା ରିପୋର୍ଟର): ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଶ୍ରମିକ ସଂଘ ସଭାପତି ଓ ଇମ୍ଫା କର୍ତ୍ତୃପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି।

ଆଜି ଯାଜପୁରରୋଡରେ ସୁକିନ୍ଦା  ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ସଭାପତି ପ୍ରୀତିରଞ୍ଜନ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ଦାବି ରଖିଥିଲେ । ଇମ୍ଫା କର୍ତ୍ତୃପକ୍ଷ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ରବିବାର ସାନି ଆଲୋଚନା ହେବ ବୋଲି ପ୍ରୀତିରଞ୍ଜନ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଇମ୍ଫା ମାଇନ୍ସର ଭାଇସ୍ ପ୍ରେସିଡେଣ୍ଟ ସୁଧାଂଶୁ ପଟନୀ କହିଛନ୍ତି, ୬ ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ଆଜି ଶ୍ରମିକ ସଂଘ ସଭାପତିଙ୍କ ସହ ବହୁତ କମ୍ ସମୟ ଧରି ଆଲୋଚନା ହୋଇଥିଲା।  ସଂଘ ପକ୍ଷରୁ କୁହାଯାଇଛି ଯେ, ଆହତ ଶ୍ରମିକ ସୁସ୍ଥ ହୋଇ ନ ଆସିବା ପର୍ଯ୍ୟନ୍ତ ଶ୍ରମିକମାନେ କାମରେ ଯୋଗ ଦେବେ ନାହିଁ । ଯାହା ପୂର୍ବରୁ ଶୁଣାଯାଇ ନ ଥିଲା।

ସୂଚନାଯୋଗ୍ୟ, ଗତ ୨ ତାରିଖରୁ ଇମ୍ଫାର ସୁକିନ୍ଦା ଓ ମହାଗିରି ଖଣିର ଶ୍ରମିକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଗୋଟିଏ ଖଣିରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଦୁଇଟିଯାକ ଖଣି କାମ ବନ୍ଦ ରହିଛି।  ଫଳରେ ୧୬ ଶହ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଏଥିରେ ଜିଲ୍ଲା ପ୍ରଶାସନ କିମ୍ବା ଖଣି ଅଧିକାରୀ କେହି ହସ୍ତକ୍ଷେପ ନ କରି ଚୁପ୍ ବସି ରହିଛନ୍ତି ।



from Odisha Reporter https://ift.tt/2SWRAKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages