ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଧନରାଜ୍ ପିଲ୍ଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଧନରାଜ୍ ପିଲ୍ଲେ

dhanraj

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି କଟକରେ ଆଉ ଏକ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଆଉ ତା’ସହିତ ଆଜି ଭୁବନେଶ୍ୱରରେ ମଇଦାନରେ ଟକ୍କର ଆରମ୍ଭ ହୋଇଯିବ। ଅପରାହ୍ନ ୫ଟାରେ ଉଦ୍‌ଘାଟନୀ ମ୍ୟାଚ୍ କ୍ୟାନାଡା ଓ ବେଲ୍‌ଜିୟମ୍ ମଧ୍ୟରେ ଖେଳା ଯିବାକୁ ଥିବା ବେଳେ ସନ୍ଧ୍ୟା ସାତଟା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଉ ଏକ ମ୍ୟାଚ୍ ଖେଳା ଯିବ।

ତା’ପୂର୍ବରୁ ଟିମ୍ ଇଣ୍ଡିଆକୁ କିଛି ପରାମର୍ଶ ଦେଇଛନ୍ତି ପ୍ରସିଦ୍ଧ ହକି ଖେଳାଳି ତଥା ପୂର୍ବତନ ଅଧିନାୟକ ଧନରାଜ୍ ପିଲ୍ଲେ। ‘ଓଟିଭି’ର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସେ କହିଛନ୍ତି,“ଧୀରସ୍ଥିର ଓ ଶାନ୍ତ ହୋଇ ଖେଳିଲେ ବିଜୟ ସୁନିଶ୍ଚିତ ମିଳିବ। ଭାରତ ପାଇଁ କଳିଙ୍ଗ ଷ୍ଟାଡିୟମ୍ ବଡ଼ ଗ୍ରାଉଣ୍ଡ ହୋଇଥିବା ହେତୁ ବଡ଼ ସୁଯୋଗ ରହିଛି।”

ଏହା ସହିତ ଟିମ୍‌ରେ ସାମିଲ ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ନେଇ ପିଲ୍ଲେ ଆଶା ସଞ୍ଚାର କରିଛନ୍ତି।
ସେ କହିଛନ୍ତି, “ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭଲ ଖେଳନ୍ତି। ସେମାନେ ଟିମ୍‌କୁ ଜିତାନ୍ତୁ।”

ଭାରତୀୟ ହକି ଦଳକୁ ଓଡ଼ିଶା ଅନେକ ଖେଳାଳି ଦେଇଛି ବୋଲି ସେ କହିଛନ୍ତି।

ଭାରତୀୟ ହକି ଟିମ୍‌ର କୋଚ୍ ହେବାକୁ ତାଙ୍କର ଇଚ୍ଛା ଅଛି। ତେବେ ଏଯାଏ ତାଙ୍କୁ କୋଚ୍ କରାଯାଇ ନଥିବା ଯୋଗୁ ପିଲ୍ଲେ ଦୁଃଖ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2RkFAkL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages