ସହିଦଙ୍କ ବାପାଙ୍କୁ କୁଣ୍ଡାଇପକାଇଲେ ସାଥୀ ଯବାନ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ସହିଦଙ୍କ ବାପାଙ୍କୁ କୁଣ୍ଡାଇପକାଇଲେ ସାଥୀ ଯବାନ, କହିଲେ ଏମିତି କଥା

ଶ୍ରୀନଗର: ଜଣେ ସହିଦ ଯବାନଙ୍କ ବାପାଙ୍କ ସହିତ ତାଙ୍କୁ ସମବେଦନା ଜଣାଉଥିବା ଅନ୍ୟ ଜଣେ ଯବାନଙ୍କ ଫଟୋ ଏବେ ଶହ ଶହ ଲୋକଙ୍କ ହୃଦୟ ଥରାଉଛି। ଏହି ଫଟୋରେ ଅଫିସର ଜଣକ ଲାନ୍ସ ନାଏକ ନାଜିର ଅହମ୍ମଦ ୱାନିଙ୍କ ପିତାଙ୍କୁ ଆଲିଙ୍ଗନ କରୁଛନ୍ତି। ନାଜିର ଜମ୍ମୁ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଆତଙ୍କୀ ଅପରେସନ୍‌ରେ ସହିଦ ହୋଇଥିଲେ।

ଏହି ଆକ୍ରମଣରେ ୬ ଆତଙ୍କବାଦୀ ନିହତ ହେବା ସହିତ ଦୁଇ ଦୁଇ ଥର ସେନା ପଦକ ବିଜେତା। କୁଲ୍‌ଗାମ୍‌ ଜନ୍ମିତ ନାଜିର ୩୪ ରାଷ୍ଟ୍ରୀୟ ରାଇଫଲ୍ସ ସହିତ ଥିଲେ। ସେ ୨୦୦୪ ମସିହାରେ ସେନାରେ ଯୋଗ ଦେଇଥିଲେ ଏବଂ ଏହା ପୂର୍ବରୁ ସେ ଇଖ୍‌ୱାନ୍‌ ଥିଲେ। ସେ ସେନା ନିକଟରେ ଆତ୍ମସମର୍ପଣ କରି ସେନାରେ ସାମିଲ ହୋଇଥିଲେ।

ଆଲିଙ୍ଗନ ସମୟରେ ତାଙ୍କ ଅଫିସର ଜଣକ କହିଥିଲେ, “ଆପଣ ଏକା ନୁହନ୍ତି।” ଏପରି ଶୁଣିବାପରେ ଭାବ ବିହ୍ୱଳ ଯବାନଙ୍କ ପିତା ଆଖି ମୁଦି ଦେଇଛନ୍ତି।
ଏହି ଫଟୋ ପ୍ରଥମେ ଭାରତୀୟ ସେନା ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଭାଇରାଲ ହୋଇଥିଲା।



from Odisha Reporter https://ift.tt/2PYYuRr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages