
ପୁରୀ(ଓଡ଼ିଶା ରିପୋର୍ଟର): ମେକ୍-ଇନ୍-ଓଡ଼ିଶା କନକ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସାଙ୍ଗରେ ସଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ।
ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତାଙ୍କ ପୁଅ ଅନନ୍ତ ଅମ୍ବାନୀ ସଡ଼କ ପଥରେ ପୁରୀ ଯିବେ ବୋଲି ଜଣାପଡ଼ିଛି।
ସେହିପରି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2FtLrTB
No comments:
Post a Comment