
ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ୫୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ଫୁସ୍ଫୁସ୍ ଜନିତ କ୍ୟାନସରରେ ପୀଡ଼ିତ ଥିଲେ। ଲଣ୍ଡନ ଓ ନ୍ୟୁୟର୍କରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ କିଛିଦିନ ହେବ ଅନନ୍ତ କୁମାରଙ୍କୁ ଭେଣ୍ଟେଲିଟରେ ରଖାଯାଇ ଥିଲା।
ଗତକାଲି ବିଳମ୍ୱିତ ରାତି ପ୍ରାୟ୧ଟା ୫୦ ମିନିଟ୍ରେ ବେଙ୍ଗଲୁରୁରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କଲେଜ ଗ୍ରାଉଣ୍ଡରେ ରଖାଯିବ।
ଅନନ୍ତ କୁମାର କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣରୁ ସାଂସଦ ଥିଲେ। ଏଥିସହ ସେ କେନ୍ଦ୍ର ସରକାରଙ୍କ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଥିଲେ। ବେଙ୍ଗାଲୁରୁ ଦକ୍ଷିଣରୁ ସେ ଲଗାତାର ୬ ଥର ବିଜୟ ହୋଇଥିଲେ।
ଅନନ୍ତ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି- “ମୋ ସହଯୋଗୀ ତଥା ବନ୍ଧୁଙ୍କ ପରଲୋକ ଦୁଃଖଦାୟକ। ଅନନ୍ତ କୁମାରଙ୍କ ପରିବାରବର୍ଗ ଓ ତାଙ୍କ ସମର୍ଥକଙ୍କୁ ସମବେଦନା ଜଣାଉଛି। ସେ କର୍ଣ୍ଣାଟକରେ ଦଳକୁ ଶକ୍ତ କରିଛନ୍ତି।’’
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅନନ୍ତ କୁମାରଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ଅନନ୍ତ କୁମାର ଆମ ଗହଣରେ ନାହାନ୍ତି ଶୁଣି ବହୁତ ଦୁଃଖ ଲାଗିଲା। ସେ ତାଙ୍କ ପୂରା ଜୀବନ ବିଜେପିର ସେବା କରିଛନ୍ତି। ”
from Odisha Reporter https://ift.tt/2DfHNtv
No comments:
Post a Comment