ପ୍ରେମର ନିଆରା ଶକ୍ତି: ସ୍ତ୍ରୀଙ୍କ ପାଇଁ ଲଣ୍ଡା ହେଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ପ୍ରେମର ନିଆରା ଶକ୍ତି: ସ୍ତ୍ରୀଙ୍କ ପାଇଁ ଲଣ୍ଡା ହେଲେ ସ୍ୱାମୀ

କୋଚି: କୁହାଯାଏ, ପ୍ରେମ ଏକ ଶକ୍ତି। ପ୍ରେମ ପାଇଁ ଜଣେ ବ୍ୟକ୍ତି ସାରା ଦୁନିଆର ବିରୋଧୀ ହୋଇ ଯାଇପାରେ, ନିଜ ଜୀବନ ମଧ୍ୟ ଦେଇ ଦେଇପାରେ। କେବେ କେବେ ଅନ୍ୟ ପାଇଁ ସହଜ ଲାଗୁ ନ ଥିବା କାମ ବି କରି ଦେଖାଏ। ବିଶ୍ୱ ଇତିହାସରେ ଏପରି ଅନେକ ପ୍ରେମ ସମ୍ପର୍କ ରହିଛି, ଯାହାକୁ ନେଇ ଏବେ ବି ଚର୍ଚ୍ଚା  ହୁଏ। ତେବେ ପ୍ରେମ ପାଇଁ ସମର୍ପିତ ବ୍ୟକ୍ତିତ୍ୱଙ୍କର ଆଜିର ଦୁନିଆରେ ବି ଅଭାବ ନାହିଁ।

କେରଳ ଥ୍ରୀଶୂର୍‌ର ଯୁବକ ଶାନ୍‌ ଇବ୍ରାହିମ୍‌ ବାଦ୍‌ଶାହା ପ୍ରେମ ପାଇଁ ଏପରି କିଛି କରିଛନ୍ତି, ଯାହା ପଢ଼ିଲେ ଆପଣଙ୍କ ହୃଦୟକୁ ତ ଛୁଇଁବ ନିଶ୍ଚୟ, ଏହା ସହ ‘ପ୍ରେମର ଶକ୍ତି’ ଉପରେ ଆପଣଙ୍କ ବିଶ୍ୱାସ ବି ବଢ଼ିବ।

କଲେଜ୍‌ ଜୀବନର ପ୍ରେମ ଭଳି ଶାନ୍‌ ବି ପ୍ରେମ ବି ବେଶ୍ ସାଧାରଣ ଭାବେ ଆରମ୍ଭ ହୋଇଥିଲା। କିନ୍ତୁ ଏହା ଏତେ ପ୍ରଗାଢ଼ ଥିଲା ଯେ ଏବେ ତାହା ଅନ୍ୟମାନଙ୍କ ପାଇଁ ଏକ ‘ଶକ୍ତି’ର ଉଦାହରଣ ପାଲଟିଛି।

ଶାନ୍‌ ଇବ୍ରାହିମ୍‌ ବାଦ୍‌ଶାହା ଓ ପତ୍ନୀ ଶ୍ରୁତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଠିକ୍‌ ଏକ ଫିଲ୍ମର ପ୍ରେମ କାହାଣୀ ଭଳି।

କଲେଜ୍‌ରେ ପ୍ରଥମ ଦିନରେ ଶ୍ରୁତି ଏକ ଫୁଲ ଧରି ସାଥୀଙ୍କ ସହ ଇବ୍ରାହିମ୍‌ଙ୍କ ପାଖକୁ ଆସି ଏକ ଚ୍ୟାଲେଞ୍ଜ୍‌ ରଖିଥିଲେ। ଚ୍ୟାଲେଞ୍ଜଟି ଥିଲା ଯେ ସେହି ଫୁଲଟି କାନରେ ରଖି କଲେଜ୍‌ ବାରଣ୍ଡାରେ ଇବ୍ରାହିମ୍‌ ଚାଲିବେ। ଚ୍ୟାଲେଞ୍ଜ୍‌ଟି ଗ୍ରହଣ କଲାବେଳେ ଇବ୍ରାହିମ୍ ଶ୍ରୁତିଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ ସେ ଏପରି କରିବେ ଯଦି ଏକ ଝିଅ ତାଙ୍କ ହାତ ଧରି ସେହି ବାରଣ୍ଡାରେ ଚାଲିବ।

ବାସ୍‌, ଚ୍ୟାଲେଞ୍ଜକୁ କାମରେ କରି ଦେଖାଇବା ମୁହୂର୍ତ୍ତରୁ ହିଁ ଉଭୟ ଇବ୍ରାହିମ୍‌ ଓ ଶ୍ରୁତି ଆଉ ପରସ୍ପରର ହାତ ଛାଡ଼ି ନ ଥିଲେ। ପ୍ରଥମେ ସାଥୀ ଓ ପରେ ପ୍ରେମ। ଆଉ ଏହି ପ୍ରେମକୁ ସବୁଦିନିଆ ସମ୍ପର୍କର ରୂପ ଦେବାକୁ ଯାଇ ଗତ ବର୍ଷ ଇବ୍ରାହିମ୍‌ ବାଦ୍‌ଶାହା ଓ ଶ୍ରୁତି ପରସ୍ପରଙ୍କୁ ବିବାହ କରିଥିଲେ।

କେରଳରେ ରହୁଥିବା ଏହି ଦମ୍ପତି  ନିକଟରେ ନିଜର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି।

ତେବେ ବିବାହର କିଛି ବର୍ଷ ପରେ ଶ୍ରୁତିଙ୍କୁ କ୍ୟାନ୍‌ସର୍‌ ହୋଇଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ଉଭୟ ଇବ୍ରାହିମ୍ ଓ ଶ୍ରୁତିଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ମନ ଭିତରେ ଆଦୌ ଭାଙ୍ଗି ପଡ଼ି ନ ଥିଲେ ବାଦ୍‌ଶାହା। ଏହାକୁ ସଂଗ୍ରାମର ସମୟ ଭାବି ପତ୍ନୀ ଶ୍ରୁତିଙ୍କ ପାଖରେ ଛାଇ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ ଶାନ୍‌ ଇବ୍ରାହିମ୍‌ ବାଦ୍‌ଶାହା।

ଧୀରେ ଧୀରେ ଶ୍ରୁତିଙ୍କ ଚିକିତ୍ସା ଆରମ୍ଭ ହେଲା ଏବଂ ‘କେମୋ ଥେରାପି’ ଯୋଗୁ ତାଙ୍କ ମୁଣ୍ଡରୁ ଚୂଟି ମଧ୍ୟ ଝଡ଼ିବାକୁ ଲାଗିଲା। ଶେଷରେ ଶ୍ରୁତିଙ୍କୁ ଲଣ୍ଡା ହେବାକୁ ପଡ଼ିଲା ଏବଂ ପତ୍ନୀଙ୍କୁ ମାନିସକ ଶକ୍ତି ଦେବା ପାଇଁ ବାଦ୍‌ଶାହା ମଧ୍ୟ ଲଣ୍ଡା ହେବାକୁ ନିଷ୍ପତ୍ତି ନେଲେ।

ଏବେ ଇବ୍ରାହିମ୍‌ ନିଜର ଓ ପତ୍ନୀଙ୍କ ଲଣ୍ଡା ହେବାର ଯୁଗଳ ଫଟୋ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ବିଭିନ୍ନ ମହଲରୁ ଶାନ୍‌ଙ୍କୁ ପ୍ରଶଂସାର ସୁଅ ଛୁଟିଛି।



from Odisha Reporter https://ift.tt/2PJBHZ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages