ବର୍ବର କାଣ୍ଡ: ୩ବର୍ଷର ଶିଶୁ ପାଟିରେ ବାଣ ଫୁଟାଇ ଦେଲା ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବର୍ବର କାଣ୍ଡ: ୩ବର୍ଷର ଶିଶୁ ପାଟିରେ ବାଣ ଫୁଟାଇ ଦେଲା ଯୁବକ

ମୀରଟ: ଉତ୍ତର ପ୍ରଦେଶର ମୀରଟ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଶିଶୁ କନ୍ୟାର ମୁହଁରେ ଏକ ବାଣ ପୂରାଇ ଜଣେ ଯୁବକ ସେଥିରେ ନିଆଁ ଲଗାଇ ଦେବା ଫଳରେ ବାଣଟି ଫୁଟିଯାଇ ଶିଶୁଟିର ଅବସ୍ଥା ଗୁରୁତର ହୋଇଛି। ଘଟଣାଟି ମଙ୍ଗଳବାର ଘଟିଥିଲେ ହେଁ ଆଜି ସାମ୍ନାକୁ ଆସିଛି। ଏବେ ବି ଶିଶୁ କନ୍ୟାଟିର ଅବସ୍ଥା ସଙ୍କଟାପନ୍ନ ରହିଥିବା ପୁଲିସ୍‌ କହିଛି।

ମୀରଟ୍‌ର ମିଲାକ ଗାଁରେ ମଙ୍ଗଳବାର ୩ବର୍ଷର ଶିଶୁ ତାଙ୍କ ଘର ବାହାରେ ଖେଳୁଥିଲେ। ଏହି ସମୟରେ ହରପାଲ୍‌ ନାମକ ଜଣେ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ। ସେ ଶିଶୁ କନ୍ୟାଟିର ପାଟିରେ ଏକ ଛୋଟ ବାଣ ପୂରାଇ ଏଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଶିଶୁଟିର ପାଟିରେ ହିଁ ବିସ୍ଫୋରଣ ଘଟିଥିଲା ଏବଂ ତା’ ମୁହଁ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଝିଅଟିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତରମାନେ ତା’ ମୁହଁରେ ୫୦ଟି ଷ୍ଟିଚ୍‌ କରିଛନ୍ତି। ଏଥିସହ ଏଥିରେ ସଂକ୍ରମଣ ହେବାରୁ ପରସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି।

ପୁଲିସ୍‌ ଶିଶୁ କନ୍ୟାଙ୍କ ବାପା ଶଶୀ କୁମାରଙ୍କ ଏଫ୍‌ଆଇଆର୍‌କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି। ଏଯାଏ ଏଭଳି ବର୍ବର କାଣ୍ଡ ଘଟାଇଥିବା ଯୁବକର କୌଣସି ପତ୍ତା ମିଳିନାହିଁ।



from Odisha Reporter https://ift.tt/2JO1qtY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages