
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ଦୀପାବଳି। ତେବେ ଏବେଠାରୁ ଗାଁ ଠୁ ସହର ଉତ୍ସବମୁଖର ହୋଇ ଉଠିଲାଣି। ସେହିପରି ଧନ୍ତରେଶ ଉପଲକ୍ଷେ ସୁନା କିଣିବା ପାଇଁ ଲୋକେ ମଧ୍ୟ ସଜବାଜ ହେଲେଣି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୀପାବଳି ଅବସରରେ କେତେକ ରାଶି ପାଇଁ ସାମାନ୍ୟ ଲାଭଦାୟକ ଥିବା ବେଳେ ଆଉ କେତେକ ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ଥ ହେବ। ତେବେ ଆସନ୍ତୁ ଦୀପାବଳି ପାଇଁ କେଉଁ କେଉଁ ରାଶି ପାଇଁ ଅତିମାତ୍ରାରେ ଶୁଭ ଫଳପ୍ରଦ ହେବ ଜାଣିବା।
ମିଥୁନ:ଦୀପାବଳି ଏହି ରାଶି ପାଇଁ ଭାରି ଶୁଭ ସାବ୍ୟସ୍ତ ହେବ। ନୂଆ ଜିନିଷ ଘରକୁ ଆଣିବେ। କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ। ଦୀପାବଳି ଅବସରରେ ନୂଆ ଉପହାର ମିଳିପାରେ।
ମକର:ଏହି ରାଶିର ଲୋକେ କାର୍ଯ୍ୟରେ ସଫଳତା ପାଇବା ସହ ଧନ ଲାଭର ସୁଯୋଗ ପାଇବେ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ମନୋରଞ୍ଜନ ପାଇଁ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଧନ୍ତରେଶରେ ସୁନା କିଣିବାର ସୁଯୋଗ ପାଇବେ।
କୁମ୍ଭ:ଋଣ ପରିଶୋଧର ସୁଯୋଗ ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ଚାକିରି ଓ ବ୍ୟବସାୟରେ ସଫଳତା ମିଳିବାର ଯୋଗ ରହିଛି।
କନ୍ୟା:ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ଲାଭ ହେବ।ଧନପ୍ରାପ୍ତି ଯୋଗ ରହିଛି। ପରିବାର ଓ ବନ୍ଧୁ ବର୍ଗ ସହ ଖୁସିରେ ପର୍ବଟି ବିତାଇବେ।
ତୁଳା:ବ୍ୟବସାୟରେ ଉତ୍ସାହପୂର୍ଣ୍ଣ ଲାଭ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ବଦଳିବ। ସୁନା ଅଳଙ୍କାର କିଣିବାର ସୁଯୋଗ ପାଇବେ।
from Odisha Reporter https://ift.tt/2RAMRg9
No comments:
Post a Comment