ଅନୀଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହେଲେ ଏହି ୧୯ ବର୍ଷୀୟ କ୍ରିକେଟର୍‌, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଅନୀଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହେଲେ ଏହି ୧୯ ବର୍ଷୀୟ କ୍ରିକେଟର୍‌, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ସ୍ପିନ୍‌ର ଅନୀଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ପୁଡୁଚେରୀ ପକ୍ଷରୁ କ୍ରିକେଟ୍‌ ଖେଳୁଥିବା ୧୯ ବର୍ଷୀୟ ସିଦକ ସିଂହ।

ସେ ଗୋଟିଏ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ଯାକ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଆଉଟ୍‌ କରି ରେକର୍ଡ ସୃଷ୍ଟି କରିଛନ୍ତି। ସିକେ ନାଇଡୁ ଅଣ୍ଡର -୨୩ ବର୍ଗର ମ୍ୟାଚ୍‌ରେ ସିଦକ ଏଭଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ମଣିପୁର ବିରୋଧରେ ପୁଡୁଚେରୀ ପକ୍ଷରୁ ଖେଳୁଥିବା ଏହି ବାମହାତୀ ୟଙ୍ଗ ସ୍ପିନ୍‌ର ଜଣଙ୍କ ସିଏପି ସିଏଚେମ ଗ୍ରାଉଣ୍ଡରେ ଏଭଳି ଗୋଟିଏ ଇନିଂସ୍‌ରେ ୧୦ଟି ୱିକେଟ୍‌ ନେଇଛନ୍ତି।

ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ହେଁ ସିଦକ ପୁଡୁଚେରୀ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମଣିପୁର ବିରୋଧରେ ସେ ଏକାକୀ ଦଳ ପାଇଁ ଲଢ଼େଇ କରିଥିଲେ। ସିଦକ ୧୭.୫ ଓଭର୍‌ରେ ୩୧ ରନ୍‌ ଦେଇ ୧୦ଟି ୱିକେଟ୍‌ ନେଇଛନ୍ତି। ଫଳରେ ମଣିପୁର ୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

୧୯୯୯ ମସିହାରେ କୁମ୍ବଲେ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ସମସ୍ତ ୧୦ଟି ୱିକେଟ୍‌ ନେଇ ରେକର୍ଡ କରିଥିଲେ।



from Odisha Reporter https://ift.tt/2PAxneO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages