
ମୁମ୍ବାଇ: କରୀନା କପୁରଙ୍କ ସୁପୁତ୍ର ତୈମୁର ଅଲ୍ଲୀ ଖାନ୍ଙ୍କ ଫଟୋ ସେଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ପ୍ରି-ଦିୱାଲି ସେଲିବ୍ରେସନ୍ରେ ଏବେ ବ୍ୟସ୍ତ ଅଛନ୍ତି ତୈମୁର। କେବଳ ତୈମୁର ନୁହନ୍ତି ଖାନ୍ ପରିବାର ମଧ୍ୟ ପ୍ରି-ଦିୱାଲି ସେଲିବ୍ରେସନ୍ ପାଇଁ ଜୋରସୋରରେ ଲାଗିଛନ୍ତି। ନିକଟରେ କରିନା ଏବଂ ସୋହା ଅଲ୍ଲୀ ଖାନ୍ ପିଲାଙ୍କୁ ଧରି ପ୍ଲେ-ସ୍କୁଲରେ ଦୀପାବଳି ସେଲିବ୍ରେସନ୍ ପାଇଁ ପହଞ୍ଚିଥିଲେ। ଯାହାର ଫଟୋ ଏବେ ଭାଇରାଲ୍ ହେବା ପରେ ଏହି କଥା କୁହାଯାଉଛି।
ଭାଇରାଲ ହୋଇଥିବା ଫଟୋରେ କୁର୍ତ୍ତା ପଞ୍ଜାବୀରେ ମା କରିନାଙ୍କ କୋଳରେ ତୈମୁର ବସିଥିବାର ଦେଖିବାକୁ ମିଳୁଛି। ଅନ୍ୟପଟେ ଇନାୟା ମାଆ ସୋହା ଅଲ୍ଲୀ ଖାନ୍ଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି।
ଇନାୟା ନାଲି ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ମଧ୍ୟ ଲାଗୁଛନ୍ତି। ଏହା ପୂର୍ବରୁ ୩୧ଅକ୍ଟୋବର ଦିନ ଅର୍ପିତା ଖାନ୍ ଶର୍ମାଙ୍କ ହଲୋୱେନ୍ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳିଥିଲା।
ଫେସ୍ଟିଭାଲ୍ ସିଜନ୍ରେ ପ୍ରାୟ ସମୟ ସୋହା ଏବଂ କରୀନାଙ୍କୁ ପିଲାମାନଙ୍କ ସହ ସମୟ ବିତାଇବାର ଦେଖିବାକୁ ମିଳିଥାଏ। ଦଶହରା ଏବଂ ନବରାତ୍ରି ସମୟରେ ମଧ୍ୟ ତୈମୁର ଏବଂ ଇନାୟାଙ୍କୁ ପୂଜା ସମୟରେ ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2PDImUy
No comments:
Post a Comment