ବାଣ ବିସ୍ଫୋରଣର ମୁଖ୍ୟ ନାୟକ ଜ୍ଞାନେନ୍ଦ୍ର ମିଶ୍ର ଜୀବିତ ନା ମୃତ, ପୁଲିସ କରୁଛି ଖୋଳତାଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ବାଣ ବିସ୍ଫୋରଣର ମୁଖ୍ୟ ନାୟକ ଜ୍ଞାନେନ୍ଦ୍ର ମିଶ୍ର ଜୀବିତ ନା ମୃତ, ପୁଲିସ କରୁଛି ଖୋଳତାଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲିପାଟଣା ନୂଆସାହି ବାଣ ବିସ୍ଫୋରଣର ମୁଖ୍ୟ ନାୟକ ଜ୍ଞାନେନ୍ଦ୍ର ମିଶ୍ର ଜୀବିତ ନା ମୃତ? ବିସ୍ଫୋରଣ ପରେ ଆହତ ହୋଇ ସେ ଫେରାର ହୋଇଯାଇଛନ୍ତି ନା ସେ ବି ପତ୍ନୀଙ୍କ ସହ ପ୍ରାଣ ହରାଇଛନ୍ତି? ଏପରି ସନ୍ଦେହ ଏବେ ପୁଲିସକୁ ଘାରିଛି। କାରଣ ଭଗ୍ନ ସ୍ତୁପ ତଳୁ ମିଳିଥିବା ଖଣ୍ଡବିଖଣ୍ଡିତ ଶରୀର ଜଣେ ମହିଳାଙ୍କର ବୋଲି ଜଣାପଡିବା ପରେ ଏହା ଜ୍ଞାନେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ବୋଲି ପ୍ରାୟତଃ ଅନୁମାନ କରାଯାଉଛି। ହେଲେ ଜ୍ଞାନେନ୍ଦ୍ରଙ୍କ ଶରୀରର କୌଣସି ଅଂଶ ମିଳୁନଥିବାରୁ ସେ ନିଖୋଜ ହୋଇଯାଇଥିବା ନେଇ ସନ୍ଦେହ ବଢୁଛି।

ଆଜି ପୁଲିସ ପୁଣି ଥରେ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିବା ସହ ଜ୍ଞାନେନ୍ଦ୍ରଙ୍କ ଅନ୍ୟ ୨ ଭାଇଙ୍କ ଘରେ ଚଢ଼ଉ କରିଥିଲା। ପୁଲିସ ତାଲା ଭାଙ୍ଗି ସେମାନଙ୍କ ଘର ଭିତରୁ ବିପୁଳ ପରିମାଣର ବାଣ ସାଙ୍ଗକୁ ବିସ୍ଫୋରକ ଜବତ କରିଛି। ଏମିତିକି ସେମାନେ ଘର ପଛ ପାଖେ ଲୁଚାଇ ରଖିଥିବା ବୁଦୁବୁଦିକା ଜଙ୍ଗଲରୁ ମଧ୍ୟ ମିଳିଛି ବାଣ ଓ ବାଣତିଆରି ରାସାୟନିକ ସାମଗ୍ରୀ। ଏହି ସବୁ ସାମଗ୍ରୀ ଦହନଶୀଳ ହୋଇଥିବାରୁ ସେସବୁ ନିଷ୍ପ୍ରିୟ କରିଛି ଅଗ୍ନିଶମ ବିଭାଗ।

ବାଲିପାଟଣାରେ ବର୍ଷ ବର୍ଷ ଧରି ଚାଲିଥିଲା ବାଣ ତିଆରି। ଜ୍ଞାନେନ୍ଦ୍ର ଓ ତାଙ୍କ ଦୁଇ ଭାଇ ନୀତେନ୍ଦ୍ର ମିଶ୍ର ଓ ଉପେନ୍ଦ୍ର ମିଶ୍ରଙ୍କ ପତ୍ତା ମିଳୁନି। ସେମାନେ ମଧ୍ୟ ବାଣ ତିଆରି କରୁଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଏତେ ପରିମାଣର ବାଣ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ଜାଣିପାରୁନଥିଲା କେମିତି? ନା ପୁଲିସ ଜାଣି ନିରବ ରହିଥିଲା?

ଏବେ ପୁଲିସ ଜ୍ଞାନେନ୍ଦ୍ର ଓ ତାଙ୍କ ଅନ୍ୟ ଦୁଇ ଭାଇଙ୍କୁ ଖୋଜୁଛି। ସେପଟେ କେହି ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2qqZPBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages