
ବାମେନ୍ଦା: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର କ୍ୟାମେରୁନ୍ର ବାମେନ୍ଦା ସ୍ଥିତ ଏକ ସ୍କୁଲରୁ ଆତଙ୍କବାଦୀମାନେ ଆଜି ୮୦ ଜଣଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ରହିଥିବା ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାମେନ୍ଦା ଅଞ୍ଚଳରେ ଅଧିକାଂଶ ଲୋକ ଇଂରାଜୀ କହିଥାଆନ୍ତି।
ଫଳରେ ଏହାକୁ ନେଇ ବିଭିନ୍ନ ସମୟରେ ବିଦ୍ରୋହୀ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କିନ୍ତୁ ଏଯାଏ ଏହି ଅପହରଣ ପଛର ଖଳନାୟକ କିଏ, ତାହା ଜଣାପଡ଼ିନି। ସେହିପରି କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି। ତଥାପି ସରକାରଙ୍କ ପକ୍ଷରୁ ଏହା ପଛରେ ବିଦ୍ରୋହୀ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତ ରହିଥିବା କୁହାଯାଉଛି।
ରାଷ୍ଟ୍ରପତି ପଲ ବିୟା ଫ୍ରେଞ୍ଚ ଭାଷାଭାଷୀ ହୋଇଥିବାରୁ ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ଏହାକୁ ବିରୋଧ କରିବା ସହ ଦେଶରେ ବାରମ୍ବାର କର୍ଫ୍ୟୁ ଭଳି ସ୍ଥିତି ସୃଷ୍ଟି କରୁଥିଲେ। ଏପରି କି ସେମାନେ ବିଭିନ୍ନ ସ୍କୁଲ ଓ କଲେଜକୁ ଜବରଦସ୍ତ ବନ୍ଦ କରିଦେଉଥିଲେ। ତେଣୁ ଏବେ ସେହିମାନେ ଏଭଳି କରିଥାଇ ପାରନ୍ତି ବୋଲି କୁହାଯାଉଛି।
ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୮୧ ଜଣ ଆଜି ଅପହରଣର ଶିକାର ହୋଇଛନ୍ତି। ଗୋଟିଏ ସ୍କୁଲରୁ ଏତେସଂଖ୍ୟକ ଲୋକ ଓ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଛି। ଏମାନଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସିପାଲ ରହିଛନ୍ତି। ସେମାନଙ୍କୁ ଏକ ବସ୍ରେ ଅପହରଣ କରାଯାଇଛି। ସରକାର ଏହା ଉପରେ ନଜର ରଖିଥିଲେ ହେଁ ଏଯାଏ ଅପହୃତଙ୍କ ପତ୍ତା ମିଳିନାହିଁ।
from Odisha Reporter https://ift.tt/2PEMtQ9
No comments:
Post a Comment